ETV Bharat / state

ଜୀବିକା ମିଶନରେ ବ୍ୟାପକ ଦୁର୍ନୀତି ! ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲେ ମିଶନ ଶକ୍ତି ମହିଳା

author img

By ETV Bharat Odisha Team

Published : Jan 4, 2024, 11:06 AM IST

Jeevika Mission Corruption: ମିଶନ ଶକ୍ତିର ଅସଲମୁଖା ଖୋଲିଲେ ମହିଳା । ଜୀବିକା ମିଶନର ପ୍ରତାରଣାକୁ ନେଇ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ।ଅଧିକ ପଢନ୍ତୁ

ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ମିଶନ ଶକ୍ତି ମହିଳା , ଜୀବିକା ମିଶନରେ ବ୍ୟାପକ ଦୁର୍ନିତି ଅଭିଯୋଗ
ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ମିଶନ ଶକ୍ତି ମହିଳା , ଜୀବିକା ମିଶନରେ ବ୍ୟାପକ ଦୁର୍ନିତି ଅଭିଯୋଗ

କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ସଶକ୍ତିକରଣକୁ ନେଇ ରାଜ୍ୟ ସରକାରଙ୍କର ମିଥ୍ୟା ପ୍ରଚାରର ଅସଲ ଚେହେରାକୁ ପଦାରେ ପକାଇଛି କଂଗ୍ରେସ । ଜୀବିକା ମିଶନ ମାଧ୍ୟମରେ ବିଭାଗ କିଭଳି ଭାବରେ ମହିଳାଙ୍କୁ ପ୍ରତାରଣା କରୁଛି ତାହାର ନଗ୍ନ ଉଦାହାରଣ ଉପସ୍ଥାପିତ କରିଛି କଂଗ୍ରେସ । ଜଳେଶ୍ୱର ବ୍ଲକ ଅଧିନସ୍ଥ ଚମାରଗାଁ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ବାରମ୍ବାର ମିଶନ ଶକ୍ତି ଦ୍ୱାରା ପ୍ରତାରିତ ହେବା ପରେ ବୁଧବାର ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଛନ୍ତି । ବିଡିଓ, ଜୀବିକା ମିଶନର ପ୍ରେଜେକ୍ଟ ମ୍ୟାନେଜର, ବାଲେଶ୍ୱର ଜିଲ୍ଲାପାଳ ଇତ୍ୟାଦିଙ୍କୁ ପକ୍ଷଭୁକ୍ତ କରିବା ପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତିର ମହାଖୁଲାସା କରିଛନ୍ତି ।

ଜଳେଶ୍ୱରର କଂଗ୍ରେସ ନେତା ତଥା ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ଉପସ୍ଥିତିରେ ଚମାରଗାଁ ପଞ୍ଚାୟତର ମହିଳା ନେତ୍ରୀ ଅର୍ଣ୍ଣପୂର୍ଣ୍ଣା ଘୋଷ, ଭାରତୀ ଡିଣ୍ଡା ଓ ନବୀନ ପରିଡ଼ା ପଞ୍ଚାୟତରେ ମିଶନ ଶକ୍ତି ଦ୍ୱାରା ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ । ମିଶନ ଶକ୍ତି ଦ୍ୱାରା ଉନ୍ନତ ଗାଈ ଚାଷ ମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ବିକାଶକୁ ଲକ୍ଷ୍ୟ ରଖି ୧୦ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ହେଲେ ବିଭାଗର ଗାଇଡଲାଇନ୍ ଅନୁସାରେ ପ୍ରତି କ୍ଳଷ୍ଟରେ ୩୦ ଜଣ ମହିଳାଙ୍କୁ ଅର୍ନ୍ତଭୁକ୍ତ କରି ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୩୦ ହଜାର ଟଙ୍କାର ଗାଈ ଦିଆଯିବା କଥା ।

ଗାଈ ଗୁଡ଼ିକ ଉନ୍ନତମାନର ଜର୍ଷି ସିନ୍ଧି ଗାଈ ହେବା ସହିତ ପ୍ରତିଟି ଗାଈର ସର୍ବନିମ୍ନ ଦୁଇଟି ବାଛୁରୀ ଥିବା ସହ ୮ରୁ୧୦ ଲିଟର କ୍ଷୀର ଦେଉଥିବା ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନରେ ଉଲ୍ଲେଖ ଅଛି । ମାତ୍ର ଜୀବିକା ମିଶନରେ ଏହି ମହିଳମାନଙ୍କୁ ଗାଈ ଦେଲାବେଳେ ଏସବୁ ମାନଦଣ୍ଡକୁ ଅଣଦେଖା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଜୟନାରାୟଣଙ୍କ ଦାବି

ଏପରିକି ଅନେକ ଗାଈ ମଧ୍ୟ ଦିନକୁ ୧ ଲିଟର କ୍ଷୀର ଦେଉନାହନ୍ତି ଏବଂ ସେମାନଙ୍କର ବାଛୁରି ମଧ୍ୟ ନାହିଁ । ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର ଲୋକାୟୁକ୍ତରେ ମହିଳାମାନେ ଜଳେଶ୍ୱର ବ୍ଲକର ବିଡିଓ, ପ୍ରେଜେକ୍ଟ ମ୍ୟାନେଜର ଓ ଜିଲ୍ଲାପାଳଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଓଡ଼ିଶା ସରକାରଙ୍କର ମିଶନ ଶକ୍ତି କିଭଳି ଦୁର୍ନୀତିର ଏକ ମିଶନ ହୋଇଛି ତାହା ଅବତାରଣ କରିଥିଲେ ।

କଂଗ୍ରେସ ନେତା ସୁଦର୍ଶନ ଦାଶ କହିଛନ୍ତି, "ମିଶନ ଶକ୍ତି ମାଧ୍ୟମରେ ମହିଳା ଗ୍ରୁପକୁ ଋଣ ଦେବାବେଳେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କର ସୁଧ ଛାଡ଼ କରାଯିବ ।ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ମହିଳା ଗ୍ରୁପ ନେଇଥିବା ଋଣର ସୁଧ ଛାଡ଼ କରାଯାଇନାହିଁ । ମହିଳା ଗ୍ରୁପଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ପରିବର୍ତ୍ତେ ସେମାନଙ୍କୁ ମହାଜନୀ କାରବାରର ଏଜେଣ୍ଟ ଭାବରେ ନିୟୋଜିତ କରିଛନ୍ତି । ଏହା ଓଡ଼ିଶାର ମହିଳା ଓ ମହିଳାଗ୍ରୁପ ମାନଙ୍କ ପ୍ରତି ପ୍ରତାରଣା ।"

ଅନ୍ୟପଟେ ଅପର୍ଣ୍ଣା ଘୋଷ ଅଭିଯୋଗ କରିଛନ୍ତି ଯେ, ଗାଈର କ୍ଷୀର ବିକ୍ରି କରି ଆତ୍ମନିର୍ଭରଶୀଳ ହେବା ତ ଦୂରର କଥା ଗାଈକୁ ଦାନା ଦେଇ ସେମାନେ ନୟାନ୍ତ ହୋଇଛନ୍ତି । ଓଡ଼ିଶାର ୭୦ ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ହେବା ଏକ ସରକାରୀ ପ୍ରବଞ୍ଚନା । ମାତ୍ର ୬ ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି । ବାକି ୬୪ଲକ୍ଷ ମହିଳା ଋଣ ନେଇ କ’ଣ ଉତ୍ପାଦନ କରୁଛନ୍ତି ବା କେଉଁ କାମ କରୁଛନ୍ତି ତାହା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ନିର୍ଦ୍ଦେଶାଳୟରେ ବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ବା ୫ଟି ଅଧ୍ୟକ୍ଷଙ୍କ ପାଖରେ ଏ ତଥ୍ୟ ନାହିଁ ବୋଲି କହିଛନ୍ତି । ତେଣୁ ଏତେ ବଡ଼ ବର୍ଗ ମହିଳାଙ୍କର ଅର୍ଥନୈତିକ କିଭଳି ହେଉଛି ବୋଲି ଯୁକ୍ତି ବାଢ଼ୁଛନ୍ତି । ପ୍ରକୃତରେ ରାଜ୍ୟରେ ମିଶନ ଶକ୍ତିର ସାମିଲ ହୋଇଥିବା ମହିଳାଙ୍କର ଦୈନିକ ଆୟ ୧୭ ଟଙ୍କା ୬୪ ପଇସା ଅଟେ ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.