ETV Bharat / state

ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Mar 22, 2021, 8:14 PM IST

ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ,କ୍ଷତି ପୂରଣ ଦାବିରେ ରାସ୍ତାରୋକ
ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ,କ୍ଷତି ପୂରଣ ଦାବିରେ ରାସ୍ତାରୋକଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ,କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ସହ ରାସ୍ତାରୋକ । ଅଧିକ ପଢନ୍ତୁ....

ଅନୁଗୋଳ: ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ଅନୁଗୋଳ ଜିଲ୍ଲାର ଏନଟିପିସି ଥାନା ୧୫୩ ନମ୍ବର ଜାତୀୟ ରାଜପଥ ନକନକା ଗାଁ ନିକଟ ଓମ ଢାବା ନିକଟରେ ଟ୍ରକ ସହ ଏକ ବାଇକ ମୁହାଁମୁହିଁ ଧକ୍କାରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । କଣିହାଁ ଥାନା କମରେଇ ଗାଁର ଯୁବକ ଲଳିତ କୁମାର ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଓ ଅନ୍ୟ ଜଣେ ଯୁବକ ଜ୍ୟୋତି ରଞ୍ଜନ ସାହୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ଗତକାଲିର ଦୁର୍ଘଟଣାକୁ ନେଇ ଆଜି ଉତ୍ତେଜନା ,କ୍ଷତି ପୂରଣ ଦାବିରେ ରାସ୍ତାରୋକ

ତେବେ ତାକୁ ନେଇ ଆଜି ଅନୁଗୋଳ ସହରରେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକେ NTPC ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ରାସ୍ତାରେ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି । ଘଟଣାସ୍ଥଳରେ ପୋଲିସ , ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.