ETV Bharat / state

ତୁଟୁନି କୋଇଲା ୱାସେରି ବନ୍ଦ ବିବାଦ, ସପକ୍ଷବାଦୀଙ୍କ ରେଳରୋକ

author img

By

Published : Feb 26, 2023, 10:55 PM IST

ଅନୁଗୋଳ ଜିଲ୍ଲାର ତାଳଚେରରେ ଥିବା କୋଲ ୱାସେରିକୁ ନେଇ ମୁହାଁମୁହିଁ ହୋଇଛନ୍ତି ସପକ୍ଷବାଦୀ ଓ ବିପକ୍ଷବାଦୀ । କୋଲ ୱାସେରି ବନ୍ଦ ନକରିବା ଦାବିରେ ସପକ୍ଷବାଦୀ ଗୋଷ୍ଠୀ ପକ୍ଷରୁ ରେଳ ରୋକ କରାଯାଇଛି । ଅଧିକ ପଢ଼ନ୍ତୁ

public protest in angul
public protest in angul

ତୁଟୁନି କୋଇଲା ୱାସେରି ବନ୍ଦ ବିବାଦ

ଅନୁଗୋଳ: କୋଲ ୱାସେରିକୁ ନେଇ ଆରମ୍ଭ ହୋଇଥିବା ବିବାଦ ତୁଟିବାର ନାଁ ନେଉନି । ଅନୁଗୋଳ ଜିଲ୍ଲାର ତାଳଚେରରେ ଥିବା କୋଲ ୱାସେରିର ସମ୍ପ୍ରସାରଣ ଓ ଅନ୍ୟତ୍ର ସ୍ଥାନାନ୍ତର ନେଇ ଗୋଟିଏ ଗୋଷ୍ଠୀ ଅଡ଼ି ବସିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପ୍ଲାଣ୍ଟ ସେଠାରେ ରହିବାକୁ ଦାବି କରିଛି । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଇଛନ୍ତି । ୱାସେରି ପ୍ଲାଣ୍ଟକୁ ଚଳାଇବା ଦାବିରେ ସପକ୍ଷବାଦୀ ଗୋଷ୍ଠୀ ପକ୍ଷରୁ ରେଳ ରୋକ କରାଯାଇଛି ।

ତାଳଚେର ଘଣ୍ଟପଡ଼ା ଠାରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ଲୋବାଲ କୋଲ ୱାସେରି ବନ୍ଦ ଘଟଣାକୁ ନେଇ ସପକ୍ଷବାଦୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରେଳରୋକ ଆନ୍ଦୋଳନ କରାଯାଇଛି । ଘଣ୍ଟପଡ଼ା ଠାରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ମଧ୍ୟ ବନ୍ଦ କରିଥିଲେ । ଅନ୍ୟପଟେ ବିପକ୍ଷବାଦୀଙ୍କ ପକ୍ଷରୁ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରାୟପୁରରେ ସରିଲା କଂଗ୍ରେସର 3 ଦିନିଆ ମହାଧିବେଶନ, ଫୋକସରେ 2024 ସାଧାରଣ ନିର୍ବାଚନ

ଦୀର୍ଘ ଦୁଇଦିନ ଧରି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ କୋଲ ୱାସେରି କର୍ତ୍ତୃପକ୍ଷଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ତେବେ ଏହି ପ୍ଲାଣ୍ଟ ବନ୍ଦ ହେବା ଫଳରେ କମ୍ପାନୀ ପକ୍ଷରୁ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ବିଜ୍ଞପ୍ତି ଦିଆଯାଇଥିବା ବେଳେ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ଘଣ୍ଟପଡ଼ା ଠାରେ MCLର କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ଶ୍ରମିକ ଓ ତାଙ୍କ ପରିବାର ପକ୍ଷରୁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ତେଣୁ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ଦୀର୍ଘ ଦିନରୁ ଗ୍ଲୋବାଲ କୋଲ ୱାସେରିରୁ ଉଡୁଥିବା ଧୂଳିକୁ ନେଇ ଆଖପାଖ ପଞ୍ଚାୟତରେ ଜନ ଅସନ୍ତୋଷ ଲାଗି ରହିଛି । ଅଞ୍ଚଳକୁ ସବୁଠାରୁ ଅଧିକ ପ୍ରଦ୍ୟୁଷିତ କରୁଛି ଏହି କମ୍ପାନୀ । ଏନେଇ ଲୋକେ ବାରମ୍ବାର ଆନ୍ଦୋଳନ କରିଛନ୍ତି । ମାତ୍ର କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ବିପକ୍ଷବାଦୀ । ପ୍ଲାଣ୍ଟ ସମ୍ମୁଖରେ ଗ୍ରାମର ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ ବସିଥିବାବେଳେ ୱାସେରି ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.