ETV Bharat / state

'ଆମ ଅନୁଗୋଳ ସବୁଜ ଅନୁଗୋଳ' ମିଶନ ଆରମ୍ଭ, ଆବର୍ଜନା ମୁକ୍ତ ହେବ ସହର

author img

By

Published : Jul 12, 2021, 7:22 PM IST

'ଆମ ଅନୁଗୋଳ ସବୁଜ ଅନୁଗୋଳ' ମିଶନ ଆରମ୍ଭ, ଆବର୍ଜନା ମୁକ୍ତ ହେବ ସହର
'ଆମ ଅନୁଗୋଳ ସବୁଜ ଅନୁଗୋଳ' ମିଶନ ଆରମ୍ଭ, ଆବର୍ଜନା ମୁକ୍ତ ହେବ ସହର

ଅନୁଗୋଳ ସହର ହେବ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ । ଆବର୍ଜନା ମୁକ୍ତ କରିବା ପାଇଁ ଆରମ୍ଭ ହେଲା 'ଆମ ଅନୁଗୋଳ ସବୁଜ ଅନୁଗୋଳ' ମିଶନ । ଶୁଭାରମ୍ଭ କଲେ ଉପବାଚସ୍ପତି । ଅଧିକ ପଢନ୍ତୁ...

ଅନୁଗୋଳ : ସହର ହେବ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ । ସହରରେ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଘର ଘର ବୁଲି ଅଳିଆ ସଂଗ୍ରହ କରିବ ସ୍ବତନ୍ତ୍ର ଗାଡି। ଆଜି ଏହି ବ୍ୟବସ୍ଥା ଶୁଭାରମ୍ଭ କରିଛି ଅନୁଗୋଳ ପୌରପାଳିକା ।

'ଆମ ଅନୁଗୋଳ ସବୁଜ ଅନୁଗୋଳ' ମିଶନ ଆରମ୍ଭ, ଆବର୍ଜନା ମୁକ୍ତ ହେବ ସହର

ମିଳିଥିବା ସୂଚନା ଅନୁସାରେ ସହରରେ ଘରଘର ବୁଲି ଆବର୍ଜନା ସଂଗ୍ରହ ପାଇଁ ଆଜି ଠାରୁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା ଶୁଭାରମ୍ଭ କରିଛନ୍ତି ଓଡ଼ିଶା ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ। ଅନୁଗୋଳ ପୌରପାଳିକା ପରିସରୁ ପତାକା ଦେଖାଇ ଗାଡି ଗୁଡିକର ଶୁଭାରମ୍ଭ କରିଛନ୍ତି ଉପବାଚସ୍ପତି । ଘର କୁ ଘର ବୁଲି ଆବର୍ଜନା ସଂଗ୍ରହ କରିବ ଏହି ଗାଡି। ଏଥିରେ ଟାଟା ଏସି ସମେତ ବ୍ୟାଟେରୀ ଚାଳିତ ଗାଡି ସବୁକୁ ବ୍ୟବହାର କରାଯାଇଛି। 10ଟି ଯାକ ଗାଡିକୁ ସ୍ବତନ୍ତ୍ର ଭାବେ 'ଆମ ଅନୁଗୋଳ ସବୁଜ ଅନୁଗୋଳ' ମିଶନରେ ସାମିଲ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ପୌର ପାଳିକାର ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.