ETV Bharat / state

କ୍ଷେତ ଜଗିବାକୁ ଯାଇଥିଲେ, ମାରିଦେଲା ଦନ୍ତା

author img

By

Published : Dec 31, 2020, 12:19 PM IST

ହାତୀ ଆକ୍ରମଣରେ ଜୀବନ ହାରିଲେ ଚାଷୀ
ହାତୀ ଆକ୍ରମଣରେ ଜୀବନ ହାରିଲେ ଚାଷୀ

କ୍ଷେତ ଜଗିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇ ଜଣେ ଚାଷୀ ମୃତ । ଅଧିକ ପଢନ୍ତୁ...

ଅନୁଗୋଳ:ଜିଲ୍ଲାରେ ଆତଙ୍କ ଖେଳାଇଛି ହାତୀ ଆକ୍ରମଣ । ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ବନାଞ୍ଚଳ କରତପଟା ନିକଟରେ କ୍ଷେତ ଜଗିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି ।

ହାତୀ ଆକ୍ରମଣରେ ଜୀବନ ହାରିଲେ ଚାଷୀ

ସୂଚନାଅନୁସାରେ,କରତପଟାରେ ଦିନକୁ ଦିନ ହାତୀ ଆତଙ୍କ ଖେଳାଇାବାରେ ଲାଗିଛନ୍ତି । ଅନେକ ଚାଷୀଙ୍କ ଫସଲ ଉଜାଡି ଦେଉଛନ୍ତି । ରାତିରେ ହାତୀ କବଳରୁ ଫସଲକୁ ରକ୍ଷା କରିବା ପାଇଁ କ୍ଷେତକୁ ଯାଇଥିବା ଜଣେ ଚାଷୀଙ୍କର ମୃ୍ତ୍ୟୁ ହୋଇଛି । ହାତୀ ଦଳେ ଚାଷୀ ଜଣଙ୍କୁ କଚାଡି ମାରି ଦେଇଥିଲେ । ମୃତକ ଜଣକ ହେଲେ ଗୋପନ୍ଧୁ ସାହୁ ।

ଖବର ପାଇ ସ୍ଥାନୀୟ ଲୋକେ ଓ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗୋପବନ୍ଧୁଙ୍କ ମୃତଦେହ ଉଦ୍ଧାର କରିଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏହି ଅଞ୍ଚଳରେ ସବୁ ସମୟରେ ହାତୀ ଉପଦ୍ରବ ଦେଖା ଦେଉଥିବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।

ଅନୁଗୋଳରୁ ସଞ୍ଜୟ ରଞ୍ଜନ ନାଥ. ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.