ETV Bharat / state

କୋଭିଡ କଟକଣା ଭୁଲିଗଲେ ଅମାନିଆ, ବଜାରରେ ବିନା ମାସ୍କରେ ହାଉ ଯାଉ ଲୋକେ

author img

By

Published : May 3, 2021, 8:59 PM IST

କୋରନାର କଟକଣା ଭୁଲିଗଲେ ଅମାନିଆ ,  ବଜାରରେ ବିନା ମାସ୍କରେ ହାଉ ଯାଉ ଲୋକ
କୋରନାର କଟକଣା ଭୁଲିଗଲେ ଅମାନିଆ , ବଜାରରେ ବିନା ମାସ୍କରେ ହାଉ ଯାଉ ଲୋକ

ଅମାନିଆ ଭୁଲିଗଲେ କୋରୋନା କଟକଣା । ଅନୁଗୋଳରେ ସବୁଠି ଭିଡ । ଅଧିକ ପଢନ୍ତୁ...

ଅନୁଗୋଳ: ଅମାନିଆ ଭୁଲିଗଲେ କୋରୋନା କଟକଣା । ବଜାରରେ ହାଉଯାଉ ଲୋକ ସବୁଠି ଗହଳି, ମୁହଁରେ ନାହିଁ ମାସ୍କ, କୋରୋନା କଟକଣାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି । ଅନ୍ୟପଟେ ତାଗିଦ କରିବା ପାଇଁ ପ୍ରଶାସନିକ ଅଧିକାରୀ ମଧ୍ୟ ନାହାଁନ୍ତି । ଏପରି କିଛି ଚିତ୍ର ଦେଖିବାକୁ ମିଳୁଛି ଅନୁଗୋଳ ସହରରେ ।

କୋରୋନା କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଲୋକେ । ଦୁଇ ଦିନ ସପ୍ତାହାନ୍ତ ସଟଡାଉନ ପରେ ଆଜି ଅନୁଗୋଳ ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଲୋକେ କୋରୋନା କଟକଣାକୁ ଭୁଲି ଭିଡ଼ ଜମାଇ ବଜାରରେ ଜିନିଷ କିଣୁଥିବା ଦେଖିବାକୁ ମିଳୁଛି । ଯାହା ଉପରେ କାହାର ନଜର ନଥିବା ଭଳି ମଧ୍ୟ ଲାଗୁଛି । ଖାଲି ସେତିକି ନୁହେଁ, ବିଶେଷ କରି ବହୁ ଲୋକେ ପରିବା ଓ ଶାଢ଼ୀ ଦୋକାନରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି ।

କୋରନାର କଟକଣା ଭୁଲିଗଲେ ଅମାନିଆ , ବଜାରରେ ବିନା ମାସ୍କରେ ହାଉ ଯାଉ ଲୋକ

ଅନୁଗୋଳ ବଜାରର ବସଷ୍ଟାଣ୍ଡ ଠାରୁ ବଜାର ଛକ ପର୍ଯ୍ୟନ୍ତ ଥିବା ବଜାର ଅଞ୍ଚଳରେ ଲୋକେ ଭିଡ଼ କରିଥିବା ନଜରକୁ ଆସିଛି । ଲୋକେ ବହୁ ସଂଖ୍ୟାରେ ବଜାର ଭିତରେ ବିନା ମାକ୍ସରେ ଭିଡ କରୁଥିବା ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହାକୁ ତାଗିଦ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳୁନାହିଁ । ଏପରି ସ୍ଥଳେ କୋରୋନା ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ଲକଡାଉନ ଓ ସଟଡାଉନ ପଦକ୍ଷେପ ପ୍ରହସନ ପରି ଲାଗୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.