ETV Bharat / state

ଅନୁଗୋଳରେ ୬୯ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

author img

By ETV Bharat Odisha Team

Published : Oct 8, 2023, 7:33 AM IST

Updated : Oct 8, 2023, 7:46 AM IST

national wildlife week
national wildlife week

ଜିଲ୍ଲାରେ ୬୯ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ । ବୃକ୍ଷଲତା ତଥା ଜୀବଜନ୍ତୁଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବା ଓ ପରିବେଶକୁ ସନ୍ତୁଳିତ କରିବାରେ କିଛି ମାତ୍ରାରେ ସହାୟତା କରିବା ଉଦ୍ଦେଶ୍ୟରେ ସୂର୍ଯ୍ୟ ଇକୋ ରିସର୍ଟ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

national wildlife week

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ପାଳିତ ହୋଇଛି ୬୯ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ । ଏହି ଅବସରରେ ଗତକାଲି ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ଶିକାର ବିରୋଧରେ ସ୍କୁଲ ପିଲାଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଜିଲ୍ଲାର ଜଙ୍ଗଲ ଅଧ୍ୟୁଷିତ ମାଣିକ ଯୋଡି ଗାଁରେ ଜନସଚେତନତା କରିବା ଉଦ୍ଦେଶ୍ୟରେ ମାଣିକ ଯୋଡ଼ି ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ତେବେ ବୃକ୍ଷଲତା ତଥା ଜୀବଜନ୍ତୁଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବା ଓ ପରିବେଶକୁ ସନ୍ତୁଳିତ କରିବାରେ କିଛି ମାତ୍ରାରେ ସହାୟତା କରିବା ଉଦ୍ଦେଶ୍ୟରେ ସୂର୍ଯ୍ୟ ଇକୋ ରିସର୍ଟ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ପରିବେଶ ପ୍ରତି ଜନସାଧାରଣଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବା ନିମିତ୍ତ ଏହି ସଂସ୍ଥା ପ୍ରକୃତି ପର୍ଯ୍ୟଟନ, ବନ୍ୟପ୍ରାଣୀ ପର୍ଯ୍ୟଟନ, ପ୍ରାକୃତିକ ପରିବେଶରେ ବାସ କରିବା, ଜଳଯାତ୍ରା କରିବା ପ୍ରଭୃତି ପ୍ରତି ଗୁରୁତ୍ୱାରୋପ କରିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଗତକାଲି ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିବା ବେଳେ ଏକ ସଭା ମାଧ୍ୟମରେ ଜନ ସଚେତନତା କରାଯାଇଥିଲା ।

ଏନେଇ ଅନୁଗୋଳର ସୂର୍ଯ୍ୟ ଇକୋ ରିସର୍ଟ ମୁଖ୍ୟ କହିଛନ୍ତି ଯେ,"ପରିବେଶ ଅବକ୍ଷୟ ଏବେ ଚିନ୍ତାର କାରଣ। ଏହାର ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମର ପ୍ରଥମିକତା ହେବା ଆବଶ୍ୟକ । ଏନେଇ ଲୋକଙ୍କ ମନରେ ସଚେତନ ସୃଷ୍ଟି ଓ ଜଙ୍ଗଲ ଅଧ୍ୟୁଷିତ ଗାଁ ଲୋକଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା କରିବା ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

ପ୍ରକାଶ ଥାଉକି, ସେହିପରି ବୌଦ୍ଧରେ ମଧ୍ୟ ଗତକାଲି ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆହ୍ବାନ ଦେଇଛି । ବନ୍ୟଜନ୍ତୁଙ୍କୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରାଯିବା ସହ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଞ୍ଚଳର ସୁରକ୍ଷା ତଥା ବନ୍ୟଜନ୍ତୁଙ୍କ ଶିକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବନ ବିଭାଗ । ଜିଲ୍ଲାରେ ଭରପୁର ରହିଛି ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ସମ୍ପଦ । ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ୫ଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ, ସରୀସୃପ, ପକ୍ଷୀ ବାସ କରୁଛନ୍ତି । ପୂର୍ବରୁ ଅନେକ ଥର ଜଙ୍ଗଲ ବିଭାଗ ମାଫିଆ ଓ ଶିକାରୀଙ୍କୁ ଧରିବାରେ ସଫଳତା ପାଇଥିବା ବେଳେ ଜନ ସଚେତନତା ଅଭାବରୁ ବନ୍ୟଜନ୍ତୁଙ୍କ ବ୍ୟାପକ ଶିକାର ହେଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଅନୁଗୋଳ

Last Updated :Oct 8, 2023, 7:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.