ETV Bharat / state

ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

author img

By ETV Bharat Odisha Team

Published : Oct 7, 2023, 7:36 PM IST

ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ । ଜିଲ୍ଲାରେ ବନ୍ୟଜନ୍ତୁଙ୍କୁ ନେଇ ରହିଥିବା ଅନ୍ଧବିଶ୍ୱାସ ଦୂର କରାଯିବ ସହ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ପଢନ୍ତୁ

ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ
ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

ବୌଦ୍ଧ: ଜିଲ୍ଲାରେ ପାଳିତ ହୋଇଛି ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ । ଏହି ଅବସରରେ ଆଜି ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ଶିକାର ବିରୋଧରେ ସ୍କୁଲ ପିଲାଙ୍କୁ ନେଇ ଏକ ସଚେତନା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଅବସରରେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆହ୍ବାନ ଦେଇଛି । ବନ୍ୟଜନ୍ତୁଙ୍କୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରାଯିବା ସହ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଞ୍ଚଳର ସୁରକ୍ଷା ତଥା ବନ୍ୟଜନ୍ତୁଙ୍କ ଶିକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବନ ବିଭାଗ ।

ଜିଲ୍ଲାରେ ଭରପୁର ରହିଛି ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ସମ୍ପଦ । ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ୫ଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ, ସରୀସୃପ, ପକ୍ଷୀ ବାସ କରୁଛନ୍ତି । ପୂର୍ବରୁ ଅନେକ ଥର ଜଙ୍ଗଲ ବିଭାଗ ମାଫିଆ ଓ ଶିକାରୀଙ୍କୁ ଧରିବାରେ ସଫଳତା ପାଇଥିବା ବେଳେ ଜନ ସଚେତନତା ଅଭାବରୁ ବନ୍ୟଜନ୍ତୁଙ୍କ ବ୍ୟାପକ ଶିକାର ହେଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...କୋରାପୁଟରେ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ

ବନ ସଂରକ୍ଷକ ମିନାକ୍ଷୀ କୁମୁରା କହିଛନ୍ତି, "ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ବର୍ତ୍ତମାନ ବିଭାଗ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବ । ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଏଭଳି ବନ୍ୟଜନ୍ତୁଙ୍କୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରାଯିବ । "

ତେବେ ଗତ କିଛି ବର୍ଷ ହେଲା କେତେକ ଆନ୍ତଃରାଜ୍ୟ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଜିଲ୍ଲାର ବନ୍ୟପ୍ରାଣୀଙ୍କ ଉପରେ ପଡ଼ିଛି । ୫ଟି ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ହାତୀ,ଭାଲୁ,ବାଘ,ହରିଣ, ବାରହା,ସମ୍ବର, ମୟୁର, ବଜ୍ରକାପ୍ତା,ଗଧିଆ ବିଭିନ୍ନ ପ୍ରଜାତିର ସାପ ରହିଆସୁଛନ୍ତି । କିନ୍ତୁ ସାଧାରଣରେ ଜନସଚେତନତା ଅଭାବରୁ ଏଭଳି ବନ୍ୟଜନ୍ତୁଙ୍କ ଛାଲ,ନଖ, ଦାନ୍ତ,ହାଡ଼ ଓ ମାଂସ ପାଇଁ ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି ।

ପୂର୍ବରୁ ବନ ବିଭାଗ ପକ୍ଷରୁ ଏଭଳି ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଲାଣକୁ ରୋକିବାରେ ସକ୍ଷମ ହୋଇଛି । ତଥାପି ଅନେକ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଶିକାରୀମାନେ ବନ୍ୟଜନ୍ତୁଙ୍କ ମାଂସ ପାଇଁ ବ୍ୟାପକ ଶିକାର କରୁଥିବା ସୂଚନା ମିଳିଛି । ତେବେ ଅକ୍ଟୋବର ୨ ତାରିଖଠାରୁ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇିଛି ବନ ବିଭାଗ ।

ଈଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.