ETV Bharat / state

ଅତୁଟ ବିଶ୍ଵାସର ଧାମ ମହିମା ଧାମ ଅଙ୍ଗାର ବନ୍ଧ, ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା

author img

By

Published : Aug 17, 2021, 7:08 AM IST

ଅତୁଟ ବିଶ୍ଵାସର ଧାମ ମହିମା ଧାମ ଅଙ୍ଗାର ବନ୍ଧ , ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା
ଅତୁଟ ବିଶ୍ଵାସର ଧାମ ମହିମା ଧାମ ଅଙ୍ଗାର ବନ୍ଧ , ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା

ଅନୁଗୋଳ ଜିଲ୍ଲାର ଅଙ୍ଗାର ବନ୍ଧ ଗାଁରେ ଥିବା ମହିମା ଧାମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ପ୍ରତିଶୃତି। ଫଳରେ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଯେଉଁ ଦାବି କରି ଆସୁଥିଲେ ତାହା ପୂରଣ ହେବାକୁ ଯାଉଛି। ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାର ମହିମା ଧାମ । ଅଙ୍ଗାର ବନ୍ଧରେ ରହିଛି ମହିମା ଧର୍ମୀଙ୍କ ଏହି ଧାମ । ସକାଳ ହେଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ । ମହିମା ଧର୍ମୀଙ୍କ କହିବା ଅନୁଯାୟୀ ୧୮୬୪ ମସିହାରେ ମହିମା ଗୋସାଇଁ କୁଆଡେ ଏଠାକୁ ଆସି ସେତେବେଳେ ଏଠାରେ ଧାମ ସ୍ଥାପନ କରିଥିଲେ । ସେବେଠାରୁ ଏଠାରେ ମହିମା ଧର୍ମାବଲମ୍ବୀଙ୍କ ଅଗାଧ ବିଶ୍ୱାସ ରହିଛି । ଏହାଛଡା ଧାମଟି ଲିଙ୍ଗରା ନାଳ କୂଳରେ ଏକ ସୁନ୍ଦର ପରିବେଶ ଭିତରେ ରହିଛି । ତେଣୁ ଏହାକୁ ଉପଭୋଗ କରିବା ସହ ମହିମା ଗୋସାଇଙ୍କ ପୁରୁଣା ଚିହ୍ନସବୁ ଦେଖିବାକୁ ପର୍ଯ୍ୟଟକ ଆସନ୍ତି । ସେହି ଦୃଷ୍ଟିରୁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଏହି ଧାମର ଉନ୍ନତିକରଣ କରିବା ସହ ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି ।

ଅତୁଟ ବିଶ୍ଵାସର ଧାମ ମହିମା ଧାମ ଅଙ୍ଗାର ବନ୍ଧ , ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା

ବର୍ଷ ତମାମ ଏଠାରେ କିଛିନା କିଛି ପର୍ବ ପାଳନ କରାଯାଉଥିବା ବେଳେ ମାଘ ମେଳା ବେଶ ଧୂମ ଧାମରେ ପାଳନ କରାଯାଏ । ତେବେ ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷାକରି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କରିଥିଲେ । ପରିଦର୍ଶନ କରିବା ପରେ ଏଭଳି ଏକ ବହୁ ପୁରୁଣା ମହିମା ଧାମର ଉନ୍ନତିକରଣ ହେବା ସହ ଏହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେବା ଉପରେ ଗୁରୁତ୍ୱ ମଧ୍ୟ ଦେଇଥିଲେ । ତେଣୁ ଚଳିତ ଆର୍ଥିକ ବର୍ଷରେ ବିଭାଗୀୟ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ ମନ୍ତ୍ରୀ ।

ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଜିଲ୍ଲା ପ୍ରଶାସନର ଯାହାସବୁ ନିୟମ ରହିଛି ସେ ସବୁକୁ ଖୁବଶୀଘ୍ର ଶେଷ କରି ସରକାରଙ୍କ ପାଖକୁ ପଠାଇବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ତେବେ ଧାମଟି ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଲେ ଆହୁରି ଉନ୍ନତି ହୋଇ ପାରିବ। ତେଣୁ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିଶୃତି ତୁରନ୍ତ କାର୍ଯ୍ୟକାରୀ ହେଲେ ଧାମର ଆହୁରି ପ୍ରଚାର ପ୍ରସାର ହୋଇ ପାରିବ ବୋଲି ମହିମା ଧର୍ମାବଲ୍ବୀମାନେ ମତ ରଖିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.