ମାଲବାହୀ ଟ୍ରେନ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି, ରେଳ ଚଳାଚଳ ପାଇଁ ଆହୁରି ୨୪ରୁ ୩୦ ଘଣ୍ଟା

author img

By

Published : Sep 14, 2021, 4:58 PM IST

Updated : Sep 14, 2021, 5:19 PM IST

talcher goods train accident rescue work continue

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିିତ ବର୍ଷା । ଅନୁଗୋଳ ଜିଲ୍ଲାରେ ହାରାହାରି ୧୮୪ ମିଲିମିଟର ବର୍ଷା ହୋଇଛି । ଯାହା ଫଳରେ ବର୍ଷା ପାଣିରେ ଧୋଇ ଯାଇଛି ରେଳପଥ ବ୍ରିଜ ଆଉ ମାଲବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ତେବେ ଏହି ଲାଇନରେ ରେଳ ଚଳାଚଳ ପାଇଁ ଲାଗିବ 24 ରୁ 30 ଘଣ୍ଟା ସମୟ । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାରେ ବର୍ଷାର ବିତ୍ପାତ । ଗୋଟିଏ ଦିନରେ ଜିଲ୍ଲାରେ ହାରାହାରି ୧୮୪ ମିଲିମିଟର ବର୍ଷା । ଯାହା ଫଳରେ ବର୍ଷା ପାଣିରେ ଧୋଇ ଯାଇଛି ରେଳ ବ୍ରିଜ । ହୋଇଛି ବଡ ଧରଣର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ ।

ଅନୁଗୋଳ ଜିଲ୍ଲାର ତାଳଚେର ରୋଡ ଷ୍ଟେସନ ଠାରୁ ଅଳ୍ପ ଦୂରରେ ସମ୍ବଲପୁର ରେଳପଥର ଭୋଗବେରଣୀ ପଞ୍ଚାୟତ କୁସପଙ୍ଗି ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏକ ଇଞ୍ଜିନ ସମେତ ୧୦ ବଗି ଲାଇନଚ୍ୟୁତ ହୋଇଛି । ଗହମ ବୋଝେଇ ମାଲବାହୀ ଟ୍ରେନଟି ପ୍ରାୟ ୬୦ରୁ ଅଧିକ ବଗି ନେଇ ଖୋର୍ଦ୍ଧା ଷ୍ଟେସନ ଯାଉଥିବ ବେଳେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁଶପଙ୍ଗି ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲର ବ୍ରିଜ କଡର ମାଟି ଧୋଇଯିବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୦ରୁ ଅଧିକ ବଗି ଭାଙ୍ଗି ଚୁରମାର ହେବା ସହ କେତୋଟି ବଗି ସୃଷ୍ଟି ହୋଇଥିବା ଘାଈ ଭିତରକୁ ପଶି ଯାଇଛି। ଗୋଟିଏ ବିଦ୍ୟୁତ ଚାଳିତ ଇଞ୍ଜିନ ମଧ୍ୟ ଭାଙ୍ଗି ଯାଇଛି। ଏହା ଭୁବନେଶ୍ଵରରୁ ସମ୍ବଲପୁର ମୁଖ୍ୟ ରେଳପଥ ଥିବାରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ପରିସ୍ଥିତି ସ୍ବାଭାବିକ କରିବାକୁ ଜୋରଦାର ଉଦ୍ୟମ ଚାଲିଛି। ରେଳ ବିଭଗ ଅଧିକାରୀ ମାନେ ପରିସ୍ଥିତି ନଜର ଦେବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମାଲବାହୀ ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି, ରେଳ ଚଳାଚଳ ପାଇଁ ଆହୁରି ୨୪ରୁ ୩୦ ଘଣ୍ଟା

ଘଟଣାସ୍ଥଳରେ ତିନୋଟି ଟିମ ଉଦ୍ଧାର ଓ ଲାଇନ ମରାମତି କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ଦୁଇଟି କ୍ରେନ ଉଦ୍ଧାର ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ପାଇଁ 24 ରୁ 30 ଘଣ୍ଟା ଲାଗିବ ବୋଲି ସମ୍ବଲପୁର ଡିଭିଜନ ମୁଖ୍ୟ ରିକେଶ ରାୟ ସୂଚନା ଦେଇଛନ୍ତି। ଦୁର୍ଘଟଣା ପାଇଁ ୧୨ଟି ଟ୍ରେନ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନର ଗତିପଥ ବଦଳିଛି। ଏନେ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆଉ କେତେକ ଟ୍ରେନର ଚଳାଚଳ ସମୟ ପୁନଃ ନିର୍ଦ୍ଧାରିତ ହୋଇଛି।

ସୂଚନା ଅନୁଯାୟୀ, ୧୪ ତାରିଖରେ ୦୮୧୦୫ ନମ୍ବର ରାଉରକେଲାରୁ ରାଉରକେଲା-ପୁରୀ ସ୍ପେଶାଲ୍, ୦୮୧୦୬ ନମ୍ବର ପୁରୀରୁ ପୁରୀ-ରାଉରକେଲା ସ୍ପେଶାଲ୍, ୦୨୮୬୨ ଭୁବନେଶ୍ବରରୁ ଭୁବନେଶ୍ବର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍, ୦୨୮୬୬ ପୁରୀରୁ ଲୋକମାନ୍ୟ ତିଳକ ସ୍ପେଶାଲ୍, ୦୮୪୯୩ ନମ୍ବର ଭୁବନେଶ୍ବରରୁ ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ ହାଟିଆ-ପୁରୀ ସ୍ପେଶାଲ୍, ୦୮୪୫୨ ନମ୍ବର ପୁରୀରୁ ପୁରୀ-ହାଟିଆ ସ୍ପେଶାଲ୍ , ୦୮୪୨୫ ନମ୍ବର ପୁରୀରୁ ପୁରୀ-ଦୁର୍ଗ ସ୍ପେଶାଲ୍ , ୦୮୧୨୮ ନମ୍ବର ଗୁଣୁପୁରରୁ ଗୁଣୁପୁର-ରାଉରକେଲା ସ୍ପେଶାଲ୍ ଆଦି ଟ୍ରେନକୁ ବାତିଲ କରାଯାଇଛି |

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Last Updated :Sep 14, 2021, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.