ETV Bharat / state

ତାଳଚେରରେ ମାଗଣା ସ୍ବାସ୍ଥ୍ୟ ଶିବିର, ଉପକୃତ ହେଲେ ଶତାଧିକ ରୋଗୀ

author img

By ETV Bharat Odisha Team

Published : Oct 3, 2023, 9:55 AM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀଙ୍କ ଦ୍ବାରା ପରିଚାଳିତ ବିକାଶ ଫାଉଣ୍ଡେସନ ପକ୍ଷରୁ ସୋମବାର ଦିନ ଅନୁଗୋଳରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବଡ ବଡ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ଯୋଗ ଦେଇ ଲୋକମାନଙ୍କ ସେବା କରିଛନ୍ତି । ଅଧିକ ପଢନ୍ତୁ

ତାଳଚେରରେ ମାଗଣା ସ୍ବାସ୍ଥ୍ୟ ସେବା, ଉପକୃତ ହେଲେ ଶତାଧିକ ରୋଗୀ
ତାଳଚେରରେ ମାଗଣା ସ୍ବାସ୍ଥ୍ୟ ସେବା, ଉପକୃତ ହେଲେ ଶତାଧିକ ରୋଗୀ

ତାଳଚେରରେ ମାଗଣା ସ୍ବାସ୍ଥ୍ୟ ସେବା, ଉପକୃତ ହେଲେ ଶତାଧିକ ରୋଗୀ

ଅନୁଗୋଳ: ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ରାଜନେତାମାନେ ଭୋଟ ହାତେଇବା ପାଇଁ ନିଜ ନିଜର ରଣକୌଶଳ ଆରମ୍ଭ କରିଦେଲେଣି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ମଧ୍ୟ ନିର୍ବାଚନରେ ନିଜକୁ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ସୋମବାର ଦିନ ତାଙ୍କ ଦ୍ବାରା ପରିଚାଳିତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଓଡିଆ ସମାଜ ପକ୍ଷରୁ ଅନୁଗୋଳରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବହୁ ଅଭିଜ୍ଞ ଡାକ୍ତର ସାମିଲ ହୋଇ ଲୋକମାନଙ୍କୁ ସେବା ଯୋଗାଇଛନ୍ତି ।

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଓଡିଆ ସମାଜ ପକ୍ଷରୁ ତାଳଚେରର ପିଏମଆଇଟି ପରିସରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବଡ ବଡ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ଯୋଗ ଦେଇ ଲୋକମାନଙ୍କ ସେବା କରିଛନ୍ତି । ଆଖପାଖର ଶତାଧିକ ଲୋକେ ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ମଧ୍ୟ ନେଇଥିଲେ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ରୋଗୀ ।

ତେବେ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନଙ୍କ କହିବାନୁଯାୟୀ, ଏହି ସ୍ୱାସ୍ଥ୍ୟ ଶିବିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅର୍ଥାତ ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 2 ତାରିଖ ତାରିଖରେ ଏହାକୁ ଉଦଯାପିତ କରାଯାଇଛି । ପାଖାପାଖି 15 ଦିନ ଧରି ଏହି ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ 4 ଜିଲ୍ଲାର ପାଖାପାଖି 24ଟି ସ୍ଥାନରେ ସ୍ବାସ୍ଥ୍ୟ ଶିବିର କରାଯାଇଥିଲା । ଏଥିରେ ଶତାଧିକ ଲୋକେ ନିଜ ସ୍ବାସ୍ଥ୍ୟ ଦେଖାଇବା ସହ ଉପକୃତ ହୋଇଥିବା କହିଛନ୍ତି ମୃଦୁଳା ପ୍ରଧାନ ।

ଏହାମଧ୍ୟ ପଢନ୍ତୁ.. ଭାରତ ସର୍ବସ୍ପର୍ଶୀ ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେ ଆଉମଧ୍ୟ କହିଛନ୍ତି ଯେ, ଏହି ସ୍ବାସ୍ଥ୍ୟ ଶିବିରରେ ବହୁ ବଡ ବଡ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ସାମିଲ ହୋଇଥିଲେ । ବିଶେଷ କରି ମେଡ଼ିସିନ, ଅସ୍ଥିଶଲ୍ୟ, ହୃଦରୋଗ, କିଡନୀ, ମହିଳା ଓ ପ୍ରସୂତି, ଚର୍ମ ସମେତ ବିଭିନ୍ନ ବିଭାଗର ଡାକ୍ତରମାନେ ଲୋକମାନଙ୍କ ଚିକିତ୍ସା କରିଥିଲେ । ଗ୍ରାମାଞ୍ଚଳରେ ଏଭଳି ଶିବିର କରି ଗରିବ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଫାଉଣ୍ଡେସନର ଲକ୍ଷ୍ୟ ବୋଲି ଅଧ୍ୟକ୍ଷା କହିଛନ୍ତି ।

ଅନ୍ୟପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନେତାମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ଲୋକଙ୍କ ନିକଟତର ହେବାକୁ ରାଜନେତାମାନେ ପ୍ରୟାସ କରୁଥିବା କୁହାଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଲୋକମାନଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.