ETV Bharat / state

ବନ୍ୟା ପାଣିରେ ଭାସୁଛି ଅନୁଗୋଳର ଟିକରପଡା

author img

By

Published : Aug 29, 2020, 7:32 AM IST

flood situation
ଅନୁଗୋଳ ଟିକରପଡା ପହଁଚିଲା ମହାନଦୀ ବନ୍ୟା ଜଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପଟେ ମହାନଦୀର ସାତକୋଶିଆ ଗଣ୍ଡରେ ଶୁକ୍ରବାର ସନ୍ଧ୍ୟାରେ ବନ୍ୟା ଜଳ ପ୍ରବେଶ କରିଛି।

ଅନୁଗୋଳ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପଟେ ମହାନଦୀର ସାତକୋଶିଆ ଗଣ୍ଡରେ ଶୁକ୍ରବାର ସନ୍ଧ୍ୟାରେ ବନ୍ୟା ଜଳ ପ୍ରବେଶ କରିଛି।

ଫଳରେ ଅନୁଗୋଳ ଜିଲ୍ଲାର ଟିକରପଡା, ମଝିପଡା, ବେହେରାସାହି, ଗଇନ୍ଦି, ଆଠମଲ୍ଲିକର ବିନିକେଇ ଓ କିଆକଟା ଆଦି ଅଞ୍ଚଳ ଜଳମଗ୍ନ ହୋଇଛି । ଟିକରପଡା ପଞ୍ଚାୟତର ଘାଟ ସାହିର ପ୍ରାୟ ୧୫୦ ମତ୍ସ୍ୟଜୀବୀ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଅନୁଗୋଳ ଟିକରପଡା ପହଁଚିଲା ମହାନଦୀ ବନ୍ୟା ଜଳ

ଲୋକେ ଡଙ୍ଗା ସାହାଯ୍ୟରେ ନିଜେ ନିଜର ଜିନିଷପତ୍ର, ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ ଉଚ୍ଚା ଜାଗାକୁ ଯାଇଛନ୍ତି । ବନ୍ୟା ଜଳ ପ୍ରବେଶ ଫଳରେ ଶହ ଶହ ଏକର ଜମିରେ ପାଣି ମାଡ଼ି ଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳ ମନୋଜ ମହାନ୍ତି, ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଓ ବିଡ଼ିଓ ପ୍ରମୁଖ ଟିକରପଡା ପହଞ୍ଚି ବନ୍ୟା ସ୍ଥିତି ପରଖିଛନ୍ତି ।

ଏହାସହ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ଅଣାଯାଇ ରନ୍ଧା ଖାଦ୍ୟ ଦିଆଯିବ ସେନେଇ ବ୍ୟବସ୍ଥା କରିଛନ୍ତି । ଶୁକ୍ରବାର ରାତିସୁଧା ଆହୁରି ଅଧିକ ପାଣି ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.