ହୁତୁହୁତୁ ଜଳିଗଲା ଔଷଧ ଗୋଦାମ, ଲକ୍ଷାଧିକ ଟଙ୍କାର ଔଷଧ ପୋଡି ପାଉଁଶ

author img

By

Published : Jan 13, 2023, 1:16 PM IST

fire in medicine store

କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ । ଲକ୍ଷାଧିକ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ

fire in medicine store

ଅନୁଗୋଳ: ସରକାରୀ ଡାକ୍ତରଖାନାର ଔଷଧ ଗୋଦାମରେ ନିଆଁ । ନିଆଁ ଆଁରେ ଛାରଖାର ହୋଇଗଲା ଔଷଧ ଦୋକାନ । ଅନୁଗୋଳ ଜିଲ୍ଲାର କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏହି ଅଘଟଣ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଆଜି(ଶୁକ୍ରବାର) କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟରେ ଥିବା ଔଷଧ ଦୋକାନରେ ହଠାତ ନିଆଁ ଲାଗିଯାଇଥିଲା । କେହି କିଛି ଜାଣିବା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ସରକାରୀ ଔଷଧ ପୋଡି ନଷ୍ଟ ହୋଇଯାଇଥିଲା । ପ୍ରଥମେ ସକାଳୁ ଡାକ୍ତରଖାନାର ଔଷଧ ଭଣ୍ଡାରରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ହସ୍ପିଟାଲର ଔଷଧ ଭଣ୍ଡାର ଦାୟିତ୍ୱରେ ଥିବା କର୍ମଚାରୀ ଯାଇ ଦେଖିବା ବେଳକୁ ହୁତୁହୁତୁ ହୋଇ ନିଆଁ ଜଳୁଥିଲା । ତେବେ ଏନେଇ ସଙ୍ଗସଙ୍ଗେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଅଧାରେ ରହିଲା ଶିରିଡି ଦର୍ଶନ: ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଗଲା 10 ଜୀବନ ଦୀପ

ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ଆଗରୁ ସବୁ ଜଳିଯାଇଥିବା ସୂଚନା ରହିଛି । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଔଷଧ ପୋଡି ପାଉଁଶ ହୋଇ ଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏନେଇ ଔଷଧ ଗୋଦାମର ଅଧିକାରୀ ମଧ୍ୟ କିଛି ଜାଣିନଥିବା କହିଛନ୍ତି । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ: ଦୋକାନରେ ଭୟବହ ଅଗ୍ନିକାଣ୍ଡ, ଲକ୍ଷାଧିକ ସାମଗ୍ରୀ ଜଳିପୋଡ଼ି ପାଉଁଶ

ପ୍ରକାଶଥାଉକି ଗତ ୯ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଏକ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଷ ହୋଇଯାଇଥିଲା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ତେଜରାତି ଦୋକାନରେ ନିଆଁ ଲାଗିଯାଇଥିଲା । ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିଲା । ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.