ETV Bharat / state

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧାହେଲେ ବାପ ପୁଅ

author img

By

Published : May 9, 2021, 7:31 PM IST

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧାହେଲେ ବାପ ପୁଅ
ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧାହେଲେ ବାପ ପୁଅଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧାହେଲେ ବାପ ପୁଅ

ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାପପୁଅକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ....

ଅନୁଗୋଳ : ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା ଓ ତାଙ୍କ ବାପା ପ୍ରୀତମ ବେହେରା । ଏନେଇ ଅନୁଗୋଳ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ ଇସ୍ଥାହାରରେ ସୂଚନା ଦିଆଯାଇଛି । ପୁଲିସ ସୂଚନା ଅନୁସାରେ ତାଳଚେର ବଡଦାଣ୍ଡସାହିର କାର୍ତ୍ତିକ ରାଉତ ନାମକ ଜଣେ ବ୍ୟକ୍ତି ଗତ ୭ ତାରିଖରେ ତାଳଚେର କୋଲିୟରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧାହେଲେ ବାପ ପୁଅ
ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧାହେଲେ ବାପ ପୁଅ

ଘଟଣାନୁସାରେ କାର୍ତ୍ତିକ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ କରିବା ପରେ ଚାକିରି ସନ୍ଧାନରେ ଥିଲେ । ସେତିକିବେଳେ ନାଲକୋ ଅଞ୍ଚଳରେ ରହୁଥିବା ପରମାନନ୍ଦ ବେହେରା ୫ ଲକ୍ଷ ଟଙ୍କା ବିନିମୟରେ ଓଡିଶା ଥର୍ମାଲ ପାୱାର ପ୍ଳାଣ୍ଟ ଅଧୀନରେ କାମାକ୍ଷାନଗରରେ ଚାକିରି କରାଇ ଦେଉଥିବା ଖବର ପାଇ ତାଙ୍କ ସହ ଯୋଗାଯୋଗ କରିବା ସହ 5 ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।

ତାର ୫-୬ ଦିନ ପରେ ସେମାନେ କାର୍ତ୍ତିକ ଏକ ଆପଏଣ୍ଟମେଣ୍ଟ ଲେଟର ଏବଂ ଡ୍ୟୁଟି ଲେଟର ମେଲ ଜରିଆରେ ପଠାଇଥିଲେ । ଏହାକୁ ଯାଞ୍ଚ କରିବା ବେଳେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ଏହାପରେ କାର୍ତ୍ତିକ ଥାନର ଦ୍ଵାରସ୍ଥ ହେବା ପରେ ପୁଲିସ ତଦନ୍ତ କରି ଉଭୟ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ବେଳେ ଏହି ବାପ ପୁଅ ଓଡିଶାର ବିଭିନ୍ନ ସ୍ଥାନର ଶତାଧିକ ଛାତ୍ରଛାତ୍ରୀଙ୍କୁ ଏଭଳି ଟଙ୍କା ନେଇ ଠକିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.