ମରୁଡି ଘୋଷଣା ଦାବିରେ ଅନୁଗୋଳରେ କୃଷକ ଆନ୍ଦୋଳନ

author img

By

Published : Sep 20, 2021, 9:05 PM IST

ମରୁଡି ଘୋଷଣା ଦାବିରେ କୃଷକ ଆନ୍ଦୋଳନ

ଅନୁଗୋଳ ଜିଲ୍ଲାକୁ ମରୁଡି ଘୋଷଣା ଦାବି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ଦାବିପତ୍ର ଦେଲା କୃଷକ ସଂଗଠନ । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛି କୃଷକ ସଙ୍ଗଠନ ଆନ୍ଦୋଳନ । ଅଲ ଇଣ୍ଡିଆ କିଷାନ କ୍ଷେତ୍ର କୃଷକ ସଙ୍ଗଠନ ପକ୍ଷରୁ ଅନୁଗୋଳ ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଧାରଣା ଦିଆଯାଇଛି ।

ମରୁଡି ଘୋଷଣା ଦାବିରେ କୃଷକ ଆନ୍ଦୋଳନ

ବର୍ଷାର ଅଭାବ କାରଣରୁ ଅନୁଗୋଳ ଜିଲ୍ଲାର ଚାଷୀ ମୁଣ୍ଡରେ ହାତ ଦେଲେଣି । ତେଣୁ ସରକାର ତୁରନ୍ତ ଜିଲ୍ଲାକୁ ମରୁଡି ଘୋଷଣା କରିବା ସହ କୃଷି ଋଣ ଛାଡ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହା ଛଡା ମରୁଡିର ସ୍ଥାୟୀ ପ୍ରତିକାର କରିବାକୁ ଦାବି କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ସେହିପରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରି 27 ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରିବାକୁ ନିବେଦନ କରିଛି ସଂଗଠନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.