ETV Bharat / state

ଲକଡାଉନ ଛଡାଇ ନେଇଛି ରୋଜଗାର, ଅସହାୟଙ୍କୁ ସହାୟତା ଯୋଗାଇଲା କଂଗ୍ରେସ

author img

By

Published : May 28, 2021, 10:43 PM IST

ଲକଡାଉନ ଛଡାଇ ନେଇଛି ରୋଜଗାର, ଆସହାୟଙ୍କୁ ସହାୟତା ଯୋଗାଇଲା କଂଗ୍ରେସ
ଲକଡାଉନ ଛଡାଇ ନେଇଛି ରୋଜଗାର, ଆସହାୟଙ୍କୁ ସହାୟତା ଯୋଗାଇଲା କଂଗ୍ରେସ

ଅନୁଗୋଳରେ ଲକଡାଉନ କାରଣରୁ ଜୀବୀକା ହରାଇଥିବା ପରିବାରକୁ କଂଗ୍ରେସ ଯୋଗାଇଲା ସହାୟତା । ଅଧିକ ପଢନ୍ତୁ....

ଅନୁଗୋଳ : କୋରaନାର କଟକଣା ବହୁ ଲୋକଙ୍କ ଜିବୀକା ଛଡାଇ ନେଇଛି। ଅନେକ ଲୋକ ରୋଜଗାର ହରାଇ ଭୋକ ଉପାସରେ ଘରେ ପଡି ରହିଛନ୍ତି। କୋରୋନା ସଂକ୍ରମଣ ଠାରୁ ଅଧିକ ଜଟିଳ ହୋଇ ପଡିଛି ଅନେକ ଅସହାୟ ଦିନ ମଜୁରିଆଙ୍କ ପାଇଁ ଭୋକର ଜ୍ବାଳା। ଏଭଳି ପରିସ୍ଥିତିରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସେମାନଙ୍କ ପାଇଁ ସହାୟତାର ହାତ ବଢାଇଛି। ଏନେଇ ଇଟିଭି ଭାରତରେ ପ୍ରସାରିତ ପରେ ଗାଁରେ ପହଁଚିଛନ୍ତି ଜିଲ୍ଲା କଂଗ୍ରେସର ସଦସ୍ୟ ।

ଲକଡାଉନ ଛଡାଇ ନେଇଛି ରୋଜଗାର, ଆସହାୟଙ୍କୁ ସହାୟତା ଯୋଗାଇଲା କଂଗ୍ରେସ

କଂଗ୍ରେସ କର୍ମୀମାନେ ଜିଲ୍ଲାର ପ୍ରତି ଗାଁ, ସାହି ବସ୍ତି ବୁଲି ବୁଲି ଯେଉଁଠି ଏଭଳି ଲୋକଙ୍କୁ ଦେଖୁଛନ୍ତି ସେମାନଙ୍କ ମୁହଁରେ ଦାନା ମୁଠାଏ ଦେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ବ୍ଲକ ଶାବଳଭଙ୍ଗା ଗାଁରେ ୩୦ ଟି ଅସହାୟ ପରିବାରକୁ କଂଗ୍ରେସ ତରଫରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ସେଠାରେ ରହୁଥିବା ଏହି ପରିବାର ଗୁଡିକ ଗାଁ ଗାଁ ବୁଲି କନ୍ଥା ସିଲେଇ କରି ଜୀବିକା ନିର୍ବାହ କରୁଥିଲେ।

କିନ୍ତୁ କରୋନା କଟକଣା ଯୋଗୁ ଏବେ ସେମାନେ ବାହାରକୁ ଯାଇ ପାରୁ ନାହାନ୍ତି। ପଞ୍ଚାୟତ ତରଫରୁ ସେମାନଙ୍କୁ ବସ୍ତି ଛାଡି କୁଆଡେ ନଯିବାକୁ କଟକଣା ଲଗା ଯାଇଛି। ଫଳରେ ରୋଜଗାର ହରାଇ ସେମାନେ କିଛି ଦିନ ହେଲା ଭୋକ ଉପାସରେ ରହୁଛନ୍ତି। ଏନେଇ ଇଟିଭି ଭାରତ ଖବର ପ୍ରସାରଣ କରିଥିଲା। ଏହି ଖବର ପାଇ କଂଗ୍ରେସ ତରଫରୁ ସେମାନଙ୍କୁ ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଓ ଅନ୍ୟାନ୍ୟ ଖଇବା ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ରାଜ୍ୟ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ବରେ ଏକ ଟିମ ଯାଇ ଏହି ସାମଗ୍ରୀ ବଣ୍ଟନ କରିଥିଲେ। ବସ୍ତିର ପରିବାର ଗୁଡିକ ମଧ୍ୟ କିଛିଦିନ ପାଇଁ ଖାଦ୍ୟ ପାଇ ବେସ ଖୁସି ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.