Panchayat Election: କିଭଳି ପାର୍‌ ହେବ ନିର୍ବାଚନ ବୈତରଣୀ, ମାନସ ମନ୍ଥନ କଲା କଂଗ୍ରେସ

author img

By

Published : Dec 4, 2021, 7:27 PM IST

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର କସରତ

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର କସରତ । କେମିତି ସଂଗଠନ ସୁଦୃଢ ହେବ । ଆରମ୍ଭ ହୋଇଛି ଦଳ ପକ୍ଷରୁ ମାନସ ମନ୍ଥନ। ଅଧିକ ପଢନ୍ତୁ

ଅନୁଗୋଳ: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଅନୁଗୋଳରେ ବୈଠକ କରି ସଂଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଚି କଂଗ୍ରେସ । ଶାସକ ଦଳର ବିଫଳତାକୁ ଅସ୍ତ୍ର କରିବ ଦଳ । ସୁଦୃଢ ହେବ କଂଗ୍ରେସ । ଦଳ ଭିତରେ ଥିବା ମତାନ୍ତର ମନାନ୍ତରକୁ ଭୁଲି ନେତାଏ ଦଳର ସଂଗଠନକୁ ମଜବୁତ କରିବେ। ଆଉ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବେ ।

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର କସରତ

ଯାହାକୁ ନେଇ ଅନୁଗୋଳ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳ କରିଛି ମାନସ ମନ୍ଥନ । କିଭଳି ଦଳକୁ ମଜବୁତ କରାଯିବ । ସେନେଇ ନେତା ଓ କର୍ମୀ ଆଲୋଚନା କରିଛନ୍ତି । ଦଳକୁ ଏକଜୁଟ କରି ଆହୁରି ଶକ୍ତିଶାଳୀ କରିବା ପାଇଁ ବୈଠକରେ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ କିଭଳି ନିର୍ବାଚନର ସମୁଖୀନ କରାଯିବ । ସେଥିପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.