ଅନୁଗୋଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଝୁମିଲେ ଅନୁଗୋଳବାସୀ

author img

By

Published : Jan 22, 2023, 3:02 PM IST

ଅନୁଗୋଳ ମହୋତ୍ସବ ଚତୁର୍ଥ ସଂନ୍ଧ୍ୟା, ଝୁମିଲେ ଅନୁଗୋଳବାସୀ

ଜମୁଛି ଅନୁଗୋଳ ମହୋତ୍ସବ । ଚତୁର୍ଥ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ କଣ୍ଠଶିଳ୍ପୀଙ୍କ ଦମଦାର ସଙ୍ଗୀତ ପରିବେଷଣରେ ଝୁମିଥିଲେ ଦର୍ଶକ । ଅଧିକ ପଢ଼ନ୍ତୁ

anugul mahotsav

ଅନୁେଗାଳ: ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସୁମଧୁର ସଙ୍ଗୀତ । ଗୀତ ଶୁଣି ମତୁଆଲା ଦର୍ଶକ । ମାଦକତା ଭରୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ। ସଞ୍ଜ ନଇଁଲେ ମହୋତ୍ସବ ମଞ୍ଚ ନିକଟରେ ବଢି ଯାଉଛି ଦର୍ଶକଙ୍କ ଭିଡ଼ । ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣରୁ ଆରମ୍ଭ ହେଉଛି ପ୍ରତ୍ୟେକ ଦିନର ମହୋତ୍ସବ । ଅନୁଗୋଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଧୁମ୍‌ ମଚାଇଥିଲେ ବଲିଉଡ ଓ ଓଲିଉଡ କଣ୍ଠଶିଳ୍ପୀ । ଚତୁର୍ଥ ସନ୍ଧ୍ୟାର କାଯ୍ୟକ୍ରମ ରଙ୍ଗୀନ ହୋଇଥିଲା । ଯାହାର ମଜା ନେଇଥିଲେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଉପସ୍ଥିତ ହଜାରହଜାର ଅନୁଗୋଳବାସୀ ।

ଚତୁର୍ଥ ସନ୍ଧ୍ୟାର କାଯ୍ୟକ୍ରମରେ ଜିଲ୍ଲାର ଛେଣ୍ଡିପଦା, ନାଲକୋ ଓ ଅନୁଗୋଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ ହୋଇଥିଲା । ଓଡ଼ିଶୀ ସମେତ ବିଭିନ୍ନ ସଙ୍ଗୀତର ଦଳଗତ ନୃତ୍ୟ ଲୋକଙ୍କ ମନକୁ ଛୁଇଁଥିଲା । ପରେପରେ ମାହୋଲକୁ ଅଧିକ ରଙ୍ଗୀନ କରିଥିଲା ଓଲିଉଡ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ଆଶୁତୋଶଙ୍କ ଦ୍ଵାରା ପରିବେଷଣ ହୋଇଥିବା ସଙ୍ଗୀତ । ଯାହାଙ୍କ ଗୀତରେ ଝୁମିଥିଲେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଉପସ୍ଥିତ ହଜାରହଜାର ଅନୁଗୋଳବାସୀ । ଅର୍ପିତାଙ୍କ କଣ୍ଠରୁ 'କି ଯାଦୁ କଲୁ କହରେ', 'ତୋ ପାଖେ ଥିଲେ ମନ ମୋର' ଓ ଆଶୁତୋଷଙ୍କ ଔଷଧ ନେଇଆ ଗୀତରେ ଝୁମିଥିଲେ ଦର୍ଶକ ।

ଏହା ବି ପଢନ୍ତୁ...Anugul Mahotsav: ସଙ୍ଗୀତର ତାଳେ ତାଳେ ଝୁମିଲେ ଅନୁଗୋଳବାସୀ

ଏହାପରେ ବଲିଉଡ ଗାୟକଙ୍କ ଧମାଲ ଆରମ୍ଭ ହୋଇଥିଲା । ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଧମାଲ କରିଥିଲେ ବଲିଉଡ କଣ୍ଠଶିଳ୍ପୀ ୟାଶିର ଦେଶାଇ ଓ ତାଙ୍କ ସହଯୋଗୀ କଣ୍ଠଶିଳ୍ପୀ ବିଶ୍ୱାସ । ଉଭୟଙ୍କ ସୁମଧୁର ଗୀତରେ କମ୍ପିଥିଲା ମହୋତ୍ସବ ମଞ୍ଚ । ବିଳମ୍ବିତ ରାତି ଯାଏଁ ଏମାନଙ୍କ ସଙ୍ଗୀତରେ ମଜି ଯାଇଥିଲେ ଦର୍ଶକ । 'ମେଁ ଚାହୁଁ ତୁଝକୋ', 'ବଡା ପଚତାଓଗେ' ଭଳି ଗୀତରେ ଧୁମ ମଚାଇଥିଲେ ୟାଶିର ଦେଶାଇ ।

ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନ ସୁରେଶ କୁମାର ଦଳେଇ ଓ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଓ ଅନ୍ୟ ଅତିଥିମାନେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱକପ ହକି ଉପଲକ୍ଷେ ଆୟୋଜିତ ହୋଇଥିବା ମହୋତ୍ସବ ଭୁରିଭୁରି ପ୍ରଶଂସା କରିଥିଲେ । ଆଜି(ରବିବାର) ମହୋତ୍ସବର ଶେଷ ସନ୍ଧ୍ୟା । ଯେଉଁଥିରେ ସଙ୍ଗୀତର ଜାଦୁ ଦେଖାଇବେ ଉଭୟ ବଲିଉଡ ଓ ଓଲିଉଡ କଳାକାର । ଏହା ପୂର୍ବରୁ ଦ୍ବିତୀୟ ସନ୍ଧ୍ୟାରେ ଅରୁଣିତା କାଞ୍ଜିଲାଲ ଓ ପୱନଦୀପ ସଙ୍ଗୀତ ଯାଦୁରେ ଲୋକଙ୍କୁ ଝୁମାଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.