ETV Bharat / state

କୂଅରେ ପକାଇ ଯାଆଁଳା ଭାଇ-ଭଉଣୀଙ୍କୁ ହତ୍ୟା

author img

By ETV Bharat Odisha Team

Published : Jan 18, 2024, 7:58 AM IST

ଯାଆଁଳା ଭାଇ ଭଉଣୀଙ୍କୁ ହତ୍ୟା ଅଭିଯୋଗ,  କୂଅରୁ ମିଳିଲା ମୃତଦେହ
ଯାଆଁଳା ଭାଇ ଭଉଣୀଙ୍କୁ ହତ୍ୟା ଅଭିଯୋଗ, କୂଅରୁ ମିଳିଲା ମୃତଦେହ

Twin babies found dead in well: ଅନୁଗୋଳରେ ୪ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଅଭିଯୋଗ । ହତ୍ୟାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଯାଆଁଳା ଭାଇ ଭଉଣୀଙ୍କୁ ହତ୍ୟା ଅଭିଯୋଗ, କୂଅରୁ ମିଳିଲା ମୃତଦେହ

ଅନୁଗୋଳ: ଦୁଇ ନିରୀହ ନିଷ୍ପାପ ଶିଶୁଙ୍କୁ ହତ୍ୟା । କୂଅ ଭିତରୁ ମିଳିଲା 4 ମାସର ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତର ମୁଣ୍ଡାଢ଼ିପ ସାହିରେ । ଗତକାଲି (ବୁଧବାର) ସନ୍ଧ୍ୟାରେ ମୁଣ୍ଡାଢ଼ିପ ଗାଁର ନିବାସୀ ସୁନୀଲ ସାହୁଙ୍କ ୨ ଯାଆଁଳା ଶିଶୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁନୀଲଙ୍କ 4 ମାସର ଯାଆଁଳା ପୁଅ ଓ ଝିଅକୁ କୂଅରେ ପକାଇ ହତ୍ୟା କରାଯାଇଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା ! ନିର୍ଯାତନା ଦେଉଥିଲା ସାବତ ବାପା

ସୂଚନା ଅନୁଯାୟୀ, ସୁନୀଲଙ୍କ ସ୍ତ୍ରୀ ତପସ୍ବିନୀ ଦୁଇ ପିଲାଙ୍କୁ ଶୁଆଇବା ପରେ ପଡ଼ିଶା ଘରୁ କ୍ଷୀର ଆଣିବାକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କର ଦୁଇ ନିରୀହ ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ 6ଟା ସମୟରେ ଘଟିଥିଲା । ତପସ୍ବିନୀ ଘରକୁ ଫେରି ନିଜ ପିଲାଙ୍କୁ ନ ପାଇବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ଶେଷରେ ଘର ପାଖ କୂଅରେ ଉଭୟ ଯମଜ ଶିଶୁଙ୍କ ସନ୍ଧାନ ମିଳିଥିଲା । ଗ୍ରାମବାସୀଙ୍କ ସହାୟତାରେ ଦୁଇ ଯାଆଁଳା ଭାଇ-ଭଉଣୀକୁ ଉଦ୍ଧାର କରାଯାଇ ନିକଟସ୍ଥ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ପ୍ରେମିକକୁ ମାରି ମହିଳା ଗିରଫ, ପୂର୍ବରୁ ଏକ ହତ୍ୟା ମାମଲାରେ ହୋଇଥିଲା ୧୨ ବର୍ଷ ଜେଲ୍

ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ଉଭୟ ଶିଶୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଉଭୟ ଯମଜ ଶିଶୁଙ୍କ ନାଁ ସାଇ ଓ ଶ୍ରଦ୍ଧା ଥିଲା । ତେବେ ସେମାନଙ୍କ ପିତା ସୁନୀଲଙ୍କ କହିବା ମୁତାବକ, ତାଙ୍କ ପରିବାର ସହ କାହାରି କୌଣସି ପ୍ରକାରର ପୂର୍ବ ଶତ୍ରୁତା ନାହିଁ । ତେବେ କାହିଁକି ଓ କିଏ ଏଭଳି ଅମାନୁଷିକ କାଣ୍ଡ ଭିଆଇଲା ତାହାର କାରଣ ଅସ୍ପଷ୍ଟ ରହିଛି । ଯାଆଁଳା ଶିଶୁଙ୍କୁ ହତ୍ୟା କରାଯାଇଥିବା ନେଇ ନିକଟସ୍ଥ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଶୋକର ଛାୟା ଖେଳାଇ ଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.