ETV Bharat / state

ପ୍ରେମିକକୁ ମାରି ମହିଳା ଗିରଫ, ପୂର୍ବରୁ ଏକ ହତ୍ୟା ମାମଲାରେ ହୋଇଥିଲା ୧୨ ବର୍ଷ ଜେଲ୍

author img

By ETV Bharat Odisha Team

Published : Jan 16, 2024, 5:47 PM IST

ପ୍ରେମିକକୁ ହତ୍ୟା କଲେ ମହିଳା, ପୂର୍ବରୁ ହତ୍ୟା ଆରୋପରେ ହୋଇଥିଲା ୧୨ ବର୍ଷ ଜେଲଦଣ୍ଡ
ପ୍ରେମିକକୁ ହତ୍ୟା କଲେ ମହିଳା, ପୂର୍ବରୁ ହତ୍ୟା ଆରୋପରେ ହୋଇଥିଲା ୧୨ ବର୍ଷ ଜେଲଦଣ୍ଡ

lady killed his lover: ପୂର୍ବରୁ ନିଜ ଯାଆକୁ ହତ୍ୟା କରି ଜେଲ ଯାଇଥିବା ମହିଳା ପୁଣି ହତ୍ୟା କରିଛନ୍ତି ନିଜ ପ୍ରେମିକଙ୍କୁ । ବାଲିଅନ୍ତା ପୋଲିସ ଗିରଫ କରି କରିଛି କୋର୍ଟ ଚାଲାଣ । ଅଧିକ ପଢନ୍ତୁ

ପ୍ରେମିକକୁ ମାରି ଜେଲ ଗଲେ ହତ୍ୟାକାରିଣୀ, ପୂର୍ବରୁ ହୋଇଥିଲା ୧୨ ବର୍ଷ ଜେଲଦଣ୍ଡ

ବାଲିଅନ୍ତା : ପୁଣି ମଣିଷ ମାରି ଜେଲକୁ ଗଲେ ମହିଳା । ପୂର୍ବରୁ ନିଜ ଯାଆକୁ ହତ୍ୟା କରି ଜେଲ ଯାଇଥିବା ମହିଳା ପୁଣି ମାରିଛନ୍ତି ନିଜ ପ୍ରେମିକଙ୍କୁ । ଗତ ଜାନୁଆରୀ ୧୪ ତାରିଖରେ ବିଶ୍ବଜିତ ନାୟକ ନାମକ ବ୍ୟକ୍ତିଙ୍କୁ ହତ୍ୟାକାଣ୍ଡର ହୋଇଛି ପର୍ଦାଫାସ । ହତ୍ୟାକାରିଣୀ ପ୍ରେମିକା ଶୁଙ୍କି ରାଣାକୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ମୁତାବକ ଝାରସୁଗୁଡ଼ାର ଅଧିବାସୀ ଶୁଙ୍କି ରାଣା ୨୦୧୮ ରେ ଜେଲରୁ ବାହାରି ଲୋକ ଲଜ୍ଜା ଭୟରେ ପୁରୀର ଚକ୍ରତୀର୍ଥ ରୋଡରେ ଥିବା ସଙ୍କଟମୋଚନ ସେବାଶ୍ରମରେ ରହୁଥିଲେ । ସେହି ଆଶ୍ରମରେ ମୃତକ ବିଶ୍ବଜିତଙ୍କ ମାଆ ମଧ୍ୟ ରହୁ୍ଥିଲେ। ମାଆଙ୍କ ସହ ଦେଖା କରିବା କରିବା ସମୟରେ ଶୁଙ୍କିଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା ।

ପୂର୍ବରୁ ବିବାହିତ ଥିବା ବିଶ୍ବଜିତଙ୍କ ଘରକୁ ଶୁଙ୍କି ଯିବା ଆସିବା କରିବା ସହ ରହୁଥିଲା। ଶୁଙ୍କିକୁ ବାରମ୍ବାର ଆଶ୍ରମ ଫେରିବାକୁ କୁହାଯାଇଥିଲା , କିନ୍ତୁ ବିଶ୍ବଜିତ ଏହାକୁ ବିରୋଧ କରିଥିଲେ। ତେବେ ଗତ ୧୪ତାରିଖରେ ବିଶ୍ବଜିତ ସମ୍ପୃକ୍ତ ମହିଳାଙ୍କୁ ନଯିବା ପାଇଁ ଅଧିକ ଜିଦ ଧରିବାରୁ ହଠାତ ରାଗି ଯାଇ ସେ ବିଶ୍ବଜିତଙ୍କୁ ଏକ କାଠ ଫାଳିଆରେ ବାଡ଼େଇ ହତ୍ୟା କରିଥିଲା । ସେହି ଦିନ ସନ୍ଧ୍ୟାରେ କାହାକୁ କିଛି ନ ଜଣାଇ ପୁରୀକୁ ପଳାଇ ଆସିଥିଲା ଶୁଙ୍କି । ସାଙ୍ଗରେ ନେଇ ଆସିଥିଲା ବିଶ୍ବଜିତଙ୍କ ଫୋନ । ହତ୍ୟାର ଖବର ପାଇ ବାଲିଅନ୍ତା ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ୍ ମୋବାଇଲକୁ ଟ୍ରାକ କରି ଶୁଙ୍କି କୁ ପୁରୀ ରେ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ ... ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା ! ନିର୍ଯାତନା ଦେଉଥିଲା ସାବତ ବାପା

ଅଭିଯୁକ୍ତ ମହିଳାକୁ ଅଧିକ ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ହତ୍ୟାକାରୀ ମହିଳା ଜଣଙ୍କ ପୂର୍ବରୁ ହତ୍ୟା ଅଭିଯୋଗରେ ଜେଲଦଣ୍ଡ ଭୋଗିଛନ୍ତି । ୨୦୦୫ ମସିହାରେ ନିଜ ସ୍ବାମୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ନିଜ ଯାଆକୁ ହତ୍ୟା କରିଥିଲେ ଶୁଙ୍କି। ଏଥିପାଇଁ ସେ ୧୨ ବର୍ଷ ଜେଲ ଦଣ୍ଡ କାଟି ଥିଲେ। ସେହିପରି ମୃତ ବାଲିଅନ୍ତାର ହୀରାପୁର ନିବାସୀ ବିଶ୍ବଜିତ ଏକ ହୋଟେଲ ବ୍ୟବସାୟୀ ଥିଲେ ଓ ଘରେ ତାଙ୍କର ସ୍ତ୍ରୀ ଓ ପୁଅ ଟିଏ ଅଛନ୍ତି । ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ମହିଳାଙ୍କ ରକ୍ତ ଭିଜା ଲୁଗା ସହ ବ୍ୟବହାର‌ କରିଥିବା କାଠ ଫାଳିଆ ମଧ୍ୟ ଜବତ କରାଯାଇଛି । ଏ ନେଇ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି‌ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.