ETV Bharat / state

୨୦୨୪ ପାଇଁ ଅଣ୍ଟା ଭିଡୁଛି ବିଜେଡି, ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ପ୍ରଣବଙ୍କ ଗୁରୁମନ୍ତ୍ର

author img

By

Published : Jun 19, 2023, 7:16 AM IST

bjd party meeting held in angul
ଅନୁଗୋଳରେ ବିଜେଡିର ସାଙ୍ଗଠନିକ ବୈଠକ

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁଗୋଳ ଗସ୍ତ କରି ଜିଲ୍ଲାର ଦଳୀୟ ନେତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ନେଇ ଦେଇଛନ୍ତି ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ

ଅନୁଗୋଳରେ ବିଜେଡିର ସାଙ୍ଗଠନିକ ବୈଠକ

ଅନୁଗୋଳ: ବିଜେଡି ନେତାଙ୍କୁ ସଂଗଠନ ସମ୍ପାଦକଙ୍କ ଗୁରୁମନ୍ତ୍ର । ଅନୁଗୋଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବିଜେଡି ନେତାଙ୍କୁ ସଂଗଠନ ସୁଧାରିବା ଦିଗରେ ଗୁରୁମନ୍ତ୍ର ଦେଇଛନ୍ତି । ଦିନିକିଆ ଅନୁଗୋଳ ଗ୍ରସ୍ତରେ ଆସି ପ୍ରଣବ ନେତାଙ୍କୁ ନିର୍ବାଚନ ପୂର୍ବରୁ ଷ୍ଟ୍ରାଟେଜି ଶିଖାଇଛନ୍ତି । ସବୁ ନେତାଙ୍କୁ ଏକାଠି କରି ସଂଗଠନ ସୁଧାରିବାର ପାଠ ପଢ଼ାଇଛନ୍ତି ପ୍ରଣବ ।

ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ସଭାପତିତ୍ୱରେ ଏକ ସାଙ୍ଗଠନିକ ସଭା ଆୟୋଜନ ହୋଇଥିଲା । ଜିଲ୍ଲା ସଭାଘର ଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଜିଲ୍ଲା ବିଜୁ ଜନତା ଦଳର ନେତାଙ୍କୁ ନେଇ ବୈଠକ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ଶୀର୍ଷ ସ୍ତରରେ ପହଞ୍ଚି ପାରିଛି । ଏଥି ସହିତ କୋରୋନା ମହାମାରୀ ସମୟରେ ଅନୁଗୋଳ ଜିଲ୍ଲା ସମଗ୍ର ଦେଶକୁ ଅମ୍ଳଜାନ ପଠାଇ ଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଙ୍ଗଠନ ସଦୃଢ଼ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ସ୍ୱାର୍ଥ ତ୍ୟାଗ କରିବା ପାଇଁ ପ୍ରଣବ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଅନୁଗୋଳ ଜିଲ୍ଲା ବିକାଶ ଧାରାକୁ ଆଗେଇ ନେବା ଓ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ସରକାରୀ ଯୋଜନା କାର୍ଯ୍ୟକାରିତା ଆହୁରି କ୍ରିୟାଶୀଳ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: 2024 ନିର୍ବାଚନକୁ ନେଇ ବିଜେଡି ନେତାଙ୍କ ସହ ପ୍ରଣବ ପ୍ରକାଶ ଦାସଙ୍କ ରୁଦ୍ଧଦ୍ବାର ବୈଠକ

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନା ବିହାରୀ ଦାସ, ସାଂସଦ ଢେଙ୍କାନାଳ ମହେଶ ସାହୁ, ବିଧାୟକ ତାଳଚେର ବ୍ରଜ କିଶୋର ପ୍ରଧାନ, ବିଧାୟକ ଛେଣ୍ଡିପଦା ସୁଶାନ୍ତ ବେହେରା, ପ୍ରମୁଖ ନେତାକର୍ମୀ ବୈଠକରେ ସାମିଲ ହୋଇଥିଲେ । ବୈଠକ ନେଇ ସହ ପର୍ଯ୍ୟବେକ୍ଷକ କୁନା ବିହାରୀ ଦାସ କହିଛନ୍ତି, "ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ । ବିଜେଡି ଉପରେ ଜନସାଧାରଣଙ୍କ ବିଶ୍ବାସ ଅଛି । ତେଣୁ ସଂଗଠନ ସମ୍ପାଦକ ନେତୃତ୍ବରେ ରଣନୀତି ପ୍ରସ୍ତୁତ ହେବ । ସାଧାରଣ ଭୋଟର ସବୁ ବିଚାର କରି ସରକାର ବାଛିବେ । "

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.