ETV Bharat / state

ଅନୁଗୋଳ ଭିଜନ ୨୦୨୩, ଉନ୍ନତ ହେବ ଶିକ୍ଷା ଓ ଗମନାଗମନ ବ୍ୟବସ୍ଥା

author img

By

Published : Feb 19, 2021, 9:55 PM IST

ଅନୁଗୋଳ ଭିଜନ ୨୦୨୩, ଉନ୍ନତ ହେବ ଶିକ୍ଷା ଓ ଗମନାଗମନ ବ୍ୟବସ୍ଥା
ଅନୁଗୋଳ ଭିଜନ ୨୦୨୩, ଉନ୍ନତ ହେବ ଶିକ୍ଷା ଓ ଗମନାଗମନ ବ୍ୟବସ୍ଥା

ଅନୁଗୋଳ ଦେଖିବ ଭିଜନ 2023 । ଆସନ୍ତା 2023 ମସିହା ବେଳକୁ ଏକ ଅତ୍ୟାଧୁନିକ ଜିଲ୍ଲାରେ ପରିଣତ ହେବ ଅନୁଗୋଳ । ଅଧିକ ପଢନ୍ତୁ...

ଅନୁଗୋଳ: ଜିଲ୍ଲାରେ ଉର୍ଣ୍ଣତ ହେବ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା । ଏନେଇ ଏକ ଭିଜନ ପ୍ରସ୍ତୁତ କରିଛି ଅନୁଗୋଳ ଜିଲ୍ଲା ପ୍ରଶାସନ । ଆସନ୍ତା 2023 ମସିହା ବେଳକୁ ଅନୁଗୋଳ ଏକ ଅତ୍ୟାଧୁନିକ ଜିଲ୍ଲାରେ ପରିଣତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ପର୍ଯ୍ୟଟନ, କୃଷି ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବ୍ୟାପକ ଉନ୍ନତି ଅଣାଯିବ । ଏହି ଦିଗରେ ଅନେକ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି ବୋଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।

ଅନୁଗୋଳ ଭିଜନ ୨୦୨୩, ଉନ୍ନତ ହେବ ଶିକ୍ଷା ଓ ଗମନାଗମନ ବ୍ୟବସ୍ଥା

ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଏହି ସୂଚନା ଦେବା ସହ ଆଗାମୀ ଯୋଜନା ସମ୍ପର୍କିତ ସମସ୍ତ ବିଷୟକୁ ଭିଡିଓ ମାଧ୍ୟମରେ ଦେଖାଇଛନ୍ତି । ଶିକ୍ଷାର ବିକାଶ ପାଇଁ ଜିଲ୍ଲାରେ ପ୍ରଥମ ଥର ପାଇଁ ସେଣ୍ଟ୍ରାଲ କୁକିଙ୍ଗ ବ୍ୟବସ୍ଥା, ବିଶ୍ୱସ୍ତରୀୟ ଲାଇବ୍ରେରୀ, ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡିକରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାକୁ ତାଲିମ ବ୍ୟବସ୍ଥା ଏବଂ ଅତି କମରେ ଦୁଇଟି ବିଦେଶୀ ଭାଷା ଶିଖିବାର ବ୍ୟବସ୍ଥା କରାଯିବ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାରେ ଟ୍ରମା କେୟାର ନିର୍ମାଣ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯିବ। ସେହିପରି ଅନ୍ୟାନ୍ୟ ସମସ୍ତ ସମସ୍ୟାର ସମାଧାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ।

ଏହାବ୍ୟତୀତ ଗ୍ରାମାଞ୍ଚଳରେ ଲୋକଙ୍କ ରୋଜଗାର ବଢାଇବା ଠାରୁ ଆରମ୍ଭ କରି ସହରାଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଅନୁଗୋଳ ଭିଜନ-୨୩ରେ ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ସେନେଇ ଯେତେ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.