ETV Bharat / state

ଖୋଲିଲା ରେଙ୍ଗାଲି ଜଳ ଭଣ୍ଡାରର 7 ନଂ ଗେଟ

author img

By

Published : Sep 8, 2019, 12:58 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଲି ଡ୍ୟାମର 7 ନମ୍ବର ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଲି ଡ୍ୟାମର 7 ନମ୍ବର ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ରେଙ୍ଗାଲି ଜଳଭଣ୍ଡାରର ଜଳସ୍ତର ୧୨୨.୭୫ ମିଟର ରହିଥିବାବେଳେ ଏହାର ସମ୍ପୂର୍ଣ୍ଣ ଜଳଧାରଣ ସ୍ତର ୧୨୩.୫୦ ମିଟର ରହିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ମୁଖ୍ୟ ଯନ୍ତ୍ରୀ, ବ୍ରାହ୍ମଣୀ ଅବବାହିକା, ନିର୍ବାହୀ ଯନ୍ତ୍ରୀ, ରେଙ୍ଗାଲି ବନ୍ଧ ଖଣ୍ଡ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୮୩୪ ଘନ ମିଟର ଜଳ ପ୍ରବେଶ କରୁଥିବାବେଳେ ୭ ନମ୍ବର ଗେଟ ଓ ପାୱାର ହାଉସ ଦ୍ଵାରା ପ୍ରତି ସେକଣ୍ଡକୁ ୨୦୪୨ ଘନମିଟର ଜଳ ନିଷ୍କାସିତ ହେଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଲି ଜଳ ଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି । ଜଳ ଭଣ୍ଡାର ର 7 ନଂ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି Body:। ବର୍ତ୍ତମାନ ରେଙ୍ଗାଳି ଜଳଭଣ୍ଡାର ର ଜଳସ୍ତର ୧୨୨.୭୫ ମିଟର ଅଛି ଓ ଏହାର ସମ୍ପୂର୍ଣ୍ଣ ଜଳଧାରଣ ସ୍ତର ୧୨୩.୫୦ ମିଟର ।ମୁଖ୍ୟ ଯନ୍ତ୍ରୀ, ବ୍ରାହ୍ମଣୀ ଅବବାହିକା, ନିର୍ବାହୀ ଯନ୍ତ୍ରୀ, ରେଙ୍ଗାଲି ବନ୍ଧ ଖଣ୍ଡ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮୩୪ ଘନ ମିଟର ଜଳ ପ୍ରବେଶ କରୁଛି ଏବଂ ଗେଟ୍ ନମ୍ବର ୭ ଓ ପାୱାର ହାଉସ ଦ୍ଵାରା ପ୍ରତି ସେକଣ୍ଡକୁ ୨୦୪୨ ଘନ ମିଟର ଜଳ ନିଷ୍କାସିତ ହେଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.