ETV Bharat / state

ଅନୁଗୋଳରେ ଉତ୍ତରପ୍ରଦେଶ ହିଂସାର ପ୍ରତିବାଦ, ଧାରଣାରେ ବସିଲା କଂଗ୍ରେସ

author img

By

Published : Oct 5, 2021, 4:22 PM IST

ଅନୁଗୋଳରେ ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା, ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଲା ଜିଲ୍ଲା କଂଗ୍ରେସ
ଅନୁଗୋଳରେ ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା, ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଲା ଜିଲ୍ଲା କଂଗ୍ରେସ

ଉତ୍ତରପ୍ରଦେଶରେ ଚାଷୀ ଆନ୍ଦୋଳନବେଳେ ହୋଇଥିବା ହିଂସାକୁ ନେଇ ପ୍ରତିବାଦ କଲା ଅନୁଗୋଳ ଜିଲ୍ଲା କଂଗ୍ରେସ । ସହରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ କର୍ମକର୍ତ୍ତା । ଅଧିକ ପଢନ୍ତୁ...

ଅନୁଗୋଳ: ଉତ୍ତରପ୍ରଦେଶ ଚାଷୀ ଆନ୍ଦୋଳନବେଳେ ହିଂସାରେ 9ଜଣଙ୍କ ମୃତ୍ୟୁ ହେବା ଘଟଣାରେ ପ୍ରତିବାଦ କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ। ଆଜି ଦଳର କର୍ମକର୍ତ୍ତାମାନେ ସହରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଗତକାଲି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଯିବାବେଳେ ପୋଲିସ ଅଟକ ରଖିବା ସହ ଆଜି ତାଙ୍କୁ ଗିରଫ କରିଛି । ଯାହାକୁ ନେଇ ଦଳ ପକ୍ଷରୁ ନିନ୍ଦା ମଧ୍ୟ କରାଯାଇଛି।

ଅନୁଗୋଳରେ ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା, ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଲା ଜିଲ୍ଲା କଂଗ୍ରେସ

ଉତ୍ତରପ୍ରଦେଶରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ମଡାଇଦେବା ଘଟଣାର ପ୍ରତିବାଦ ସାରା ଦେଶରେ ଦେଖିବାକୁ ମିଳିଛି । ଗତକାଲିି ପୀଡିତ ପରିବାରକୁ ଭେଟିବାକୁ ଯାଇଥିବା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଥିଲା । ଆଜି ପ୍ରିୟଙ୍କାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଯାହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.