ମେଡ଼ିସିନ କେଳେଙ୍କାରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତାକୁ ନେଇ କଂଗ୍ରେସର ପ୍ରଶ୍ନ

author img

By

Published : Sep 21, 2021, 2:36 PM IST

ମେଡ଼ିସିନ କେଳେଙ୍କାରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତାକୁ ନେଇ କଂଗ୍ରେସ ପ୍ରଶ୍ନ

ଅନୁଗୋଳ ଡାକ୍ତରଖାନାରେ ମେଡିସିନ କେଳେଙ୍କାରୀକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ । ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କଲା ଦାବି । ଅଧିକ ପଢନ୍ତୁ...

ଅନୁଗୋଳ: ଡାକ୍ତରଖାନରେ ମେଡ଼ିସିନ କେଳେଙ୍କାରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ । ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ଅନୁଗୋଳ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର କ୍ୱାଟର ଭଙ୍ଗା ବେଳେ କୋଟି କୋଟି ଟଙ୍କାର ଏକ୍ସପାରୀ ମେଡ଼ିସିନ ବାହାରିବାକୁ ନେଇ ପ୍ରଶ୍ନ ଉଠାଇଛି ଅନୁଗୋଳ ଜିଲ୍ଲା କଂଗ୍ରେସ ।

ମେଡ଼ିସିନ କେଳେଙ୍କାରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତାକୁ ନେଇ କଂଗ୍ରେସ ପ୍ରଶ୍ନ

ଜିଲ୍ଲା ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ ଘଟଣା ବାବଦରେ ଜାଣିବା ପରେ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଘଟଣା ତୁରନ୍ତ ତଦନ୍ତ କରାଯାଉ ବୋଲି ଦାବି କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛିନ୍ତି । ଲୋକଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପକୁ ଲୋକଙ୍କୁ ନଦେଇ କ୍ଵାର୍ଟର ମଧ୍ୟରେ ରଖି ଫିଙ୍ଗିବା ଘଟଣାକୁ ଦଳ ନିନ୍ଦା କରିଛି । ଏଥିପାଇଁ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦାୟୀ କରିଛି କଂଗ୍ରେସ । ଆସନ୍ତା ତିନି ଦିନ ମଧ୍ୟରେ ଏହାର ତଦନ୍ତ ନହେଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.