ETV Bharat / state

୧୪ ବର୍ଷ ପରେ ବି ନିଯୁକ୍ତି ହେଉନି ସ୍ଥାୟୀ, ଅସହଯୋଗ ଆନ୍ଦୋଳନରେ ଅନୁଗୋଳ ଆୟୁଷ ଡାକ୍ତର ସଂଘ

author img

By

Published : Oct 19, 2021, 5:51 PM IST

୧୪ ବର୍ଷ ପରେ ବି ନିଯୁକ୍ତି ହେଉନି ସ୍ଥାୟୀ, ଅସହଯୋଗ ଆନ୍ଦୋଳନରେ ଅନୁଗୋଳ ଆୟୁଷ ଡାକ୍ତର ସଂଘ
୧୪ ବର୍ଷ ପରେ ବି ନିଯୁକ୍ତି ହେଉନି ସ୍ଥାୟୀ, ଅସହଯୋଗ ଆନ୍ଦୋଳନରେ ଅନୁଗୋଳ ଆୟୁଷ ଡାକ୍ତର ସଂଘ

ସ୍ୱାସ୍ଥ୍ୟ ବିଭାଗରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଆୟୁଷ ଡାକ୍ତରଙ୍କୁ ଅବହେଳା କରାଯାଉଛି । ଅନୁଗୋଳ ଜିଲ୍ଲା ଆୟୁଷ ଡାକ୍ତର ସଂଘ ଆଣିଛି ଏଭଳି ଅଭିଯୋଗ । ଅଧିକ ପଢ଼ନ୍ତୁ...

ଅନୁଗୋଳ: ସ୍ୱାସ୍ଥ୍ୟ ବିଭାଗରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଆୟୁଷ ଡାକ୍ତରଙ୍କୁ ଅବହେଳା କରାଯାଉଛି । ଅନୁଗୋଳ ଜିଲ୍ଲା ଆୟୁଷ ଡାକ୍ତର ସଂଘ ଆଣିଛି ଏଭଳି ଅଭିଯୋଗ । ଚାକିରିର ୧୪ ବର୍ଷ ପରେ ବି ମିଳୁନି ସ୍ଥାୟୀ ନିଯୁକ୍ତି । ଏହାର ପ୍ରତିବାଦରେ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ କରିଛନ୍ତି । ଏହାକୁ ନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

୧୪ ବର୍ଷ ପରେ ବି ନିଯୁକ୍ତି ହେଉନି ସ୍ଥାୟୀ, ଅସହଯୋଗ ଆନ୍ଦୋଳନରେ ଅନୁଗୋଳ ଆୟୁଷ ଡାକ୍ତର ସଂଘ

ବିଭିନ୍ନ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବର୍ହିଃ ବିଭାଗରେ କାର୍ଯ୍ୟ ସହ ଅନେକ ସ୍ୱାସ୍ଥ୍ୟ ଭିତ୍ତିକ ଦାୟିତ୍ବ ନେଇ ଆସୁଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିକ ଦାୟିତ୍ବ ମଧ୍ୟରେ ଏଲୋପାଥି ବର୍ହିଃ ବିଭାଗ ଜରୁରୀକାଳୀନ ଚିକିତ୍ସା, ଗର୍ଭ ଏବଂ ପ୍ରସୂତୀକାଳୀନ ଚିକିତ୍ସା, ଅଣ ସଂକ୍ରାମକ ରୋଗ ଚିକିତ୍ସା, ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତଦାରଖ ଏବଂ ଅନ୍ୟାନ୍ୟ ପଞ୍ଚାୟତସ୍ତରୀୟ ସ୍ବାସ୍ଥ୍ୟ ସେବା, କାୟାକଳ୍ପ ଇତ୍ୟାଦି ରହିଛି । ନିଷ୍ଠାର ସହ ୧୪ ବର୍ଷରୁ ଅଧିକ ସମୟ ଧରି ଆୟୁଷ ଡାକ୍ତରମାନେ କାର୍ଯ୍ୟ କରିବା ସହ ଜରୁରୀ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଗୁରୁଦାୟିତ୍ବ ବହନ କରିଥିଲେ ।

ଏହାପରେ ବି ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି । ଆଜିଯାଏଁ ସେମାନେଙ୍କୁ ସ୍ଥାୟୀ ନିଯୁକ୍ତି ଦିଆ ଯାଇ ନାହିଁ । ଏହାକୁ ନେଇ ଡାକ୍ତରମାନେ କ୍ଷୋଭ ପ୍ରକାଶ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ପାରା ମେଡିକାଲ ଷ୍ଟାଫ୍‌ ମାନଙ୍କୁ ନିୟମିତ କରାଯାଇଛି । ତେବେ ଗ୍ରାମୀଣ ସ୍ବାସ୍ଥ୍ୟସେବାର ମଙ୍ଗ ଧରିଥିବା ଆୟୁଷ ଡାକ୍ତରଙ୍କୁ ମଧ୍ୟ ନିୟମିତ ଚାକିରି ନେଇ ଆଶ୍ବାସନା ଦିଆଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ କରିଛନ୍ତି ଡାକ୍ତର ।

ରାଜ୍ୟ ସରକାର ଅନ୍ୟ ବିଭାଗରେ କର୍ମଚାରୀଙ୍କୁ ୬ ବର୍ଷ ପରେ ନିୟମିତ କରୁଥିବା ବେଳେ ଆୟୁଷ ଡାକ୍ତରଙ୍କ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ଆୟୁଷ ଡାକ୍ତର ସଂଘ ଡାକ୍ତରମାନେ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଠାରୁ ସାରା ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ କରି ଆସୁଛନ୍ତି । ଦାବି ପୂରଣ ନେହେବା ଯାଏଁ ଦାବି ଆନ୍ଦୋଳନ ଜାରି ରହିବ ବୋଲି କହିଛି ସଂଘ ।

ଅନୁଗୋଳରରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.