ETV Bharat / state

ଅନୁଗୋଳକୁ ଛୁଇଁବ ଆଉ ଏକ ରାଜପଥ, ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

author img

By

Published : Jul 3, 2021, 9:05 PM IST

ଅନୁଗୋଳକୁ ଛୁଇଁବ ଆଉ ଏକ ରାଜପଥ, ସ୍ଥିତି  ସମୀକ୍ଷା କଲେ ଉପବାଚସ୍ପତି
ଅନୁଗୋଳକୁ ଛୁଇଁବ ଆଉ ଏକ ରାଜପଥ, ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

ଅନୁଗୋଳ ଛୁଇଁବ ଆଉ ଏକ ରାଜପଥ । ଏନେଇ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସହ ଆଲୋଚନା କଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଅଧିକ ପଢନ୍ତୁ...

ଅନୁଗୋଳ : ଜିଲାକୁ ଛୁଇଁବ ଆଉ ଏକ ଜାତୀୟ ରାଜପଥ । ଏହାର ସ୍ଥିତି ସମୀକ୍ଷା କରିଛନ୍ତି ବିଧାନସଭା ଉପ ବାଚସ୍ପତି । ଅନୁଗୋଳ ସର୍କିଟ ହାଉସ ଠାରେ ଉପବାଚସ୍ପତି ରଜନୀକାନ୍ତ ସିଂ ହେବାକୁ ଥିବା ଜାତୀୟ ରାଜପଥ 655 ର ରୂପରେଖ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଅନୁଗୋଳକୁ ଛୁଇଁବ ଆଉ ଏକ ରାଜପଥ, ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

କଟକ ଜିଲା ଖୁଣ୍ଟୁଣି ଠାରୁ ଏହି ରାଜପଥ ଆରମ୍ଭ ହୋଇ ଅନୁଗୋଳରେ ମିଶବ । ଏହା କେଉଁ ରାସ୍ତାରୁ କେଉଁ ରାସ୍ତା ସଂଯୋଗ କରିବ ସେ ନେଇ ପଚାରି ବୁଝିଛିନ୍ତି ଉପବାଚସ୍ପତି । ଏହି ସମୀକ୍ଷା ବୈଠକରେ ଜାତୀୟ ରାଜପଥ ପ୍ରାଧୀକରଣର ଅଧିକାରୀଙ୍କ ସହ PWD ଅଧିକାରୀମାନେ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.