ETV Bharat / state

ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Sep 1, 2021, 4:40 PM IST

ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର
ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୋଳ ଜିଲ୍ଲାରେ ଡ୍ରାଇଭର ସଂଘର ପ୍ରତିବାଦ । ମହାମାରୀ ସମୟରେ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଡ୍ରାଇଭର ସଂଘ । ଅଧିକ ପଢନ୍ତୁ...

ଅନୁଗୋଳ: କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଜନସାଧାରଣଙ୍କ ସେବା କରିଛନ୍ତି ଡ୍ରାଇଭର। ସବୁ କ୍ଷେତ୍ରରେ ଜରୁରୀକାଳୀନ ପରିବହନ ସେବା ଯୋଗାଇଛନ୍ତି । ତଥାପି ସେମାନଙ୍କ ଦୁଃଖ ପ୍ରଶାସନ ବୁଝିନଥିବା ଅଭିଯୋଗ କରି ଏହାର ପ୍ରତିବାଦ କରିଛନ୍ତି ଏମାନେ । ଆଜି ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଅନୁଗୋଳ ଜିଲ୍ଲା ଶାଖା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଅନୁଗୋଳ ଜିଲ୍ଲା ଡ୍ରାଇଭରମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଡ୍ରାଇଭରମାନଙ୍କ ଅଭିଯୋଗ ଅନୁସାରେ ,ମହାମାରୀ ସମୟରେ ଯାତ୍ରୀ ଓ ମାଲ ପରିବହନ ଜାରି ରଖିଥିବା ଡ୍ରାଇଭରଙ୍କୁ ସରକାର ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । କୌଣସି ସରକାରୀ ସହାୟତା ସେମାନଙ୍କୁ ପ୍ରଦାନ କରାଯାଇନାହିଁ । ତେଣୁ ନିଜର ପରିବାରର ସୁରକ୍ଷା ଦାବି କରି ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ଦେଇଥିବା କହିଛି ସଂଘ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.