ETV Bharat / state

ରଙ୍ଗ ସରଗମର ତୃତୀୟ ସନ୍ଧ୍ୟା, ମଞ୍ଚସ୍ତ ହେଲା ସାହାଡ଼ା ସୁନ୍ଦରୀ

author img

By ETV Bharat Odisha Team

Published : Sep 5, 2023, 10:19 AM IST

ମଞ୍ଚସ୍ତ ହେଲା ସାହାଡ଼ା ସୁନ୍ଦରୀ
ମଞ୍ଚସ୍ତ ହେଲା ସାହାଡ଼ା ସୁନ୍ଦରୀ

ରଙ୍ଗ ସରଗମର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ତ ହୋଇଯାଇଛି ସାହାଡ଼ା ସୁନ୍ଦରୀ । ଥିଏଟର ଫର୍‌ ଏଜୁ କେଶନାଲ ଆୱାରନେସ୍‌ ମୋମେଣ୍ଟର ଟିମ୍ ଦ୍ବାରା ପରିବେଷଣ ହୋଇଥିଲା । ଅଧିକ ପଢ଼ନ୍ତୁ

ମଞ୍ଚସ୍ତ ହେଲା ସାହାଡ଼ା ସୁନ୍ଦରୀ

ଅନୁଗୋଳ: ଅନୁଗୋଳରେ ଚାଲିଛି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ । ରଙ୍ଗ ସରଗମର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ତ ହୋଇଥିଲା ସାହାଡ଼ା ସୁନ୍ଦରୀ । ଭୁବନେଶ୍ବରର ଥିଏଟର ଫର୍‌ ଏଜୁକେଶନାଲ ଆୱାରନେସ୍‌ ମୋମେଣ୍ଟର ଟିମ୍ ପରିବେଷଣ କରିଥିଲେ ନାଟକ ସାହାଡ଼ା ସୁନ୍ଦରୀ । ଓଡ଼ିଶାର ପୁରପଲ୍ଲୀରେ ବହୁଳ ଭାବେ ପ୍ରଚଳିତ ଲୋକକଥା ଉପରେ ଆଧାରିତ ଏହି କାହାଣୀ ।

ତେବେ ଜଣେ ଧନୀ ସୌଦାଗର ଶଙ୍କର ସାଧବ କୁମ୍ଭୀର ସହିତ କରିଥିବା ସର୍ତ୍ତ ଅନୁସାରେ ନିଜର 10 ବର୍ଷର ଝିଅ କାଞ୍ଚନକୁ କୁମ୍ଭୀର ପାଖରେ ଛାଡ଼ି ଆସିଥିଲେ। କିଛି ଦିନ ପରେ କୌଶଳରେ କାଞ୍ଚନ କୁମ୍ଭୀର ପାଖରୁ ଖସି ଆସି ବନ ଦେବୀଙ୍କ ଦୟାରେ ସାହାଡ଼ା ଗଛରେ ଆଶ୍ରୟ ନିଏ ଏବଂ ପ୍ରକୃତି କୋଳରେ ବଢ଼ିବାକୁ ଲାଗେ । ସମୟକ୍ରମେ ସାହାଡ଼ା ସୁନ୍ଦରୀର ଅପରୂପ ଲାବଣ୍ୟରେ ମୁଗ୍ଧ ହୋଇ ସେହି ରାଜ୍ୟର ଧନୀ କୁବେର ସାଧବର ସାନ ପୁଅ ଚନ୍ଦ୍ର ଭାନୁ ସେହି ଅପ ରୂପା ସୁନ୍ଦରୀକୁ ବିବାହ କରିବାକୁ ମନସ୍ଥ କରେ ଏବଂ ବିଧି ଅନୁସାରେ ସାହାଡ଼ା ଗଛକୁ ବାହାହୋଇ ଗଛର ଗଣ୍ଡିକୁ କାଟି ସ୍ତ୍ରୀ ରୂପେ ଘରକୁ ନିଏ । ପରବର୍ତ୍ତୀ ଅବସ୍ଥାରେ ରାଜା ଚନ୍ଦ୍ରକ ଯୋଜନା ବଦ୍ଧ ଭାବେ ସାହାଡ଼ା ସୁନ୍ଦରୀକୁ ଘରର ଚାକରାଣୀ ସହାୟତରେ ଅପହରଣ କରିନିଏ ।

ଏହା ମଧ୍ୟ ପଢନ୍ତୁ- ନାଟକ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା, ସମ୍ବଲପୁରୀ ଭାଷାରେ ମଞ୍ଚସ୍ତ ହେଲା ନାଟକ କିଞ୍ଚିତ ଭୋଗମ

ଚନ୍ଦ୍ରଭାନୁ ବିଦେଶରୁ ଫେରି ସ୍ତ୍ରୀକୁ ନପାଇ ପାଗଳ ହୋଇ ଯୋଗୀ ବେଶରେ ବୁଲନ୍ତି । ରାଜାଙ୍କ ଉଆସରେ ସାହାଡ଼ା ସୁନ୍ଦରୀଙ୍କ ସହ ଚନ୍ଦ୍ର ଭାନୁର ଭେଟ ହୁଏ । ସାହାଡ଼ା ସୁନ୍ଦରୀ ଚନ୍ଦ୍ରକ ରାଜାର ରାଣୀ ହୋଇଥିବା ଶୁଣି ଚନ୍ଦ୍ରଭାନୁ ଆତ୍ମହତ୍ୟା କରନ୍ତି । ସେହି ଚିତାରେ ସାହାଡ଼ା ସୁନ୍ଦରୀ ଝାସ ଦେଇ ମୃତ୍ୟୁ ହୋଇଛି । ଶିବଙ୍କ କୃପାରୁ ଚନ୍ଦ୍ରଭାନୁ ଓ ସାହାଡ଼ା ସୁନ୍ଦରୀ ପୁନର୍ବାର ଜୀବନ ଲାଭ କରନ୍ତି ଏବଂ ସେହି ରାଜ୍ୟର ରାଜା ରାଣୀ ହୋଇ କାଳାତିପାତ କରନ୍ତି ଓ ନିଜର କୁକର୍ମ ଯୋଗୁଁ ରାଜା ଚନ୍ଦ୍ରକ କାଳିଆ କୁକୁର ହୋଇ ଜନ୍ମ ଲାଭ କରେ । ତେବେ ଏଭଳି ବିଷୟ ବସ୍ତୁକୁ ନେଇ ନାଟକଟି ପରିବେଶିତ ହୋଇଛି । ନାଟ୍ୟକାର ବିଭୁ ଦତ୍ତ ଦୀକ୍ଷିତଙ୍କ ରଚନାକୁ ନିର୍ଦ୍ଦେଶନା ଦେଇଥିଲେ ନିର୍ଦେଶକ ଶତୃଘ୍ନ ସାମଲ । ସେହିପରି ସନ୍ତୋଷ କୁମାର ପରିଡ଼ା କଣ୍ଠଦାନ କରିଥିବା ବେଳେ ଆଶିଷ, ଲୋପିତା, ଆଲୋକରେ ବିକାଶ ସହଯୋଗ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.