ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ

author img

By

Published : Sep 4, 2021, 4:15 PM IST

Updated : Sep 4, 2021, 5:15 PM IST

paralympics: Odisha's pramod bhagat won gold medal in badminton singles

16:10 September 04

ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ

ଟୋକିଓ: ଟୋକିଓ ପାରାଲମ୍ପିକ୍‌ରେ ସୁନାରେ ଚମକିବା ସହ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ପୁରୁଷ SL3 ବର୍ଗରେ ପ୍ରମୋଦ ଭଗତ ଜବରଦସ୍ତ ପ୍ରଦର୍ଶନ ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ସ୍ବର୍ଣ୍ଣ ପଦକ ଫାଇନାଲ ମ୍ୟାଚ୍‌ରେ ୨୧-୧୪, ୨୧-୧୭ ସେଟ୍‌ରେ ଗ୍ରେଟ୍‌ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି ପ୍ରମୋଦ । ଏହି ଐତିହାସିକ ପ୍ରଦର୍ଶନ ପରେ ପ୍ରମୋଦଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି  ।

ବରଗଡ ଜିଲ୍ଲା ଅତାବିରା ଅଞ୍ଚଳରେ ପ୍ରମୋଦଙ୍କ ଘର । ପାରା-ବ୍ୟାଡମିଣ୍ଟନ ବିଶ୍ବ ମାନ୍ୟତାରେ ସେ ବିଶ୍ବର ନମ୍ବର ୧ ଖେଳାଳି ରହିଛନ୍ତି ।  

ସଂପୂର୍ଣ୍ଣ ମ୍ୟାଚରେ ପ୍ରମୋଦ ପ୍ରଭାବୀ ପ୍ରଦର୍ଶନ କରିବା ସହ ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇନଥିଲେ  । ପ୍ରଥମ ସେଟ୍‌କୁ ସହଜରେ ଜିତିବା ପରେ ଦ୍ବିତୀୟ ସେଟ୍‌ରେ ସାମାନ୍ୟ ପଛରେ ପଡିଯାଇଥିଲେ  । ପ୍ରମୋଦଙ୍କ ସ୍କୋର ୪ ଥିବାବେଳେ ପ୍ରତିପକ୍ଷଙ୍କ ସ୍କୋର ଦ୍ବିତୀୟ ସେଟ୍‌ରେ ୧୧ ରହିଥିଲା  । ମାତ୍ର ଆତ୍ମବିଶ୍ବାସ ଓ ଆକ୍ରମଣାତ୍ମକ ଖେଳର ଅବିଶ୍ବସନୀୟ ପ୍ରଦର୍ଶନ ସହ ମାତ୍ର କିଛି ସମୟ ମଧ୍ୟରେ ପ୍ରତିପକ୍ଷଙ୍କୁ ପଛରେ ପକାଇଦେଇଥିଲେ ପ୍ରମୋଦ  । ଚମତ୍କାର ପ୍ରଦର୍ଶନରେ ମ୍ୟାଚ ଦେଖୁଥିବା ସମସ୍ତଙ୍କୁ ତାଜୁବ କରିଦେଇଥିଲେ ଓଡିଆ ପୁଅ ପ୍ରମୋଦ  । 

ଚଳିତ ଟୋକିଓ ପାରାଲମ୍ପିକ୍‌ରେ ଭାରତର ଐତିହାସିକ ପ୍ରଦର୍ଶନ ଜାରି ରହିଛି । ଶନିବାର ଭାରତୀୟ ପାରା-ଆଥଲେଟ୍‌ ଐତିହାସିକ ପ୍ରଦର୍ଶନ ସହ ପଦକ ବର୍ଷା କରିଛନ୍ତି । ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି  ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 4, 2021, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.