ETV Bharat / sports

Tokyo Paralympics: ପାରାଲମ୍ପିକ୍ସର ଉଦଘାଟନ ସମାରୋହର ଶୁଭାରମ୍ଭ

author img

By

Published : Aug 24, 2021, 5:46 PM IST

Tokyo Paralympics:ପାରାଲମ୍ପି୍କ୍ସର ଉଦଘାଟନ ମହାସମାରୋହ ଶୁଭାରମ୍ଭ
Tokyo Paralympics:ପାରାଲମ୍ପି୍କ୍ସର ଉଦଘାଟନ ମହାସମାରୋହ ଶୁଭାରମ୍ଭ

ଟୋକିଓ ଅଲମ୍ପିକ୍ସ ଷ୍ଟାଡିୟମରେ ଆରମ୍ଭ ହେଲା ପାରାଲମ୍ପିକ୍ସର ଉଦଘାଟନ ମହାସମାରୋହ । ଟୋକିଆ ପାରାଲମ୍ପିକ୍ସରେ ୧୬୩ ଦେଶର ୪୪୦୦ରୁ ଅଧିକ କ୍ରୀଡ଼ାବିତ ଭାଗ ନେଇଛନ୍ତି । ଅଧିକ ପଢ଼ନ୍ତୁ..

ଟୋକିଓ: ଟୋକିଓ ଅଲମ୍ପିକ୍ସ ଷ୍ଟାଡିୟମରେ ଆରମ୍ଭ ହେଲା ପାରାଲମ୍ପିକ୍ସର ଉଦଘାଟନ ମହାସମାରୋହ । ଟୋକିଓ ପାରାଲମ୍ପିକ୍ସରେ ୧୬୩ ଦେଶର ୪୪୦୦ରୁ ଅଧିକ କ୍ରୀଡ଼ାବିତ ଭାଗ ନେଇଛନ୍ତି । ଭାରତ ପକ୍ଷରୁ ୫୪ ଜଣ ଆଥଲେଟ ଟୋକିଓ ଗସ୍ତ କରିଛନ୍ତି । ଉଦଘାଟନୀ ସମାରୋହରେ ଭାରତର ଧ୍ବଜା ବାହାକ ସାଜିଥିଲେ ଜାଭେଲିନ ଥ୍ରୋ' ଖେଳାଳି ଟେକ ଚାନ୍ଦ । ଏହାସହ ଟୋକିଓ ପାରାଲମ୍ପିକ୍ସ ୨୦୨୦ର ବିଗୁଲ ବାଜି ସାରିଛି । ପଦକ ପାଇଁ ବ୍ୟଗ୍ର ଥିବା କ୍ରୀଡାବିତମାନଙ୍କ ପରାକ୍ରମ ଦେଖାଇବା ସମୟ ଆସିଛି ।

ଭବ୍ୟ ସମାରୋହରେ ଟୋକିଓ ପାରାଲମ୍ପିକ୍ସକୁ କ୍ରୀଡ଼ାବିତଙ୍କୁ ସ୍ବାଗତ କରାଯାଇଛି । ସଙ୍ଗୀତ ସମାରୋହର ନାଚ ମଧ୍ୟରେ ସମସ୍ତ ଦେଶର କ୍ରୀଡ଼ାବିତ ଅଲମ୍ପିକ୍ସ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ । ଅଲମ୍ପିକ୍ସ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ବେଳେ କ୍ରୀଡ଼ାବିତଙ୍କ ମନରେ ଅସୀମ ଉତ୍ସାହ ଦେଖିବାକୁ ମିଳିଥିଲା । ଅଗଷ୍ଟ ୨୫ ତାରିଖରୁ ଭାରତୀୟ ପାରାଲମ୍ପିଆନ ନିଜ ଅଭିଯାନ ଆରମ୍ଭ କରିବେ । ଟେବୁଲ ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ସୋନାଲବେନ ପଟେଲ ଓ ଭାବିନା ପଟେଲ ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ ।

ପ୍ରଥମେ ଏହି ଦାୟିତ୍ବ ଉଚ୍ଚ ଡିଆଁ ଖେଳାଳି ମରିୟପ୍ପନ ଥଙ୍ଗାବେଲୁଙ୍କୁ ଦିଆଯାଇଥିଲା । ତେବେ ସେ ଜଣେ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି । ଦୁଇଜଣ ଭାରତୀୟ ପାରାଲମ୍ପିଆନଙ୍କ ସହ ମୋଟ ୬ ଭାରତୀୟ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଦୁଇ ଭାରତୀୟ ଆଥଲେଟ ନିଜନିଜ ପ୍ରତିଯୋଗିତାରେ ଭାଗ ନେବାରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି ।

ଟୋକିଓ ପାରାଲମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୬ ଜଣ ଅଫିସିଆଲ ଷ୍ଟାଫ୍ ଓ ୫ ଜଣ ଭାରତୀୟ ପାରା ଆଥଲେଟ୍ ଭାଗ ନେଇଛନ୍ତି । ଭାରତୀୟ କ୍ରୀଡ଼ାବିତ ମାନେ ଟୋକିଓ ପାରାଲମ୍ପିକ୍ସରେ ମୋଟ ୯ଟି ଇଭେଣ୍ଟରେ ନିଜର ଜଲୱା ଦେଖାଇବେ । ଚଳିତ ପାରାଲମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ ଅଧିକ ପଦକ ହାସଲ କରିବେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.