ETV Bharat / sports

Tokyo paralympics: ଟୋକିଓ ଗସ୍ତ କଲା ଭାରତର ଆଉ ଏକ ୧୨ ଜଣିଆ ଟିମ

author img

By

Published : Aug 25, 2021, 4:23 PM IST

Updated : Aug 25, 2021, 4:34 PM IST

Tokyo paralympics: ଟୋକିଓ ଗସ୍ତ କଲା ଭାରତର ଆଉ ଏକ ୧୨ ଜଣିଆ ପରାଲମ୍ପିଆନ ଟିମ
Tokyo paralympics: ଟୋକିଓ ଗସ୍ତ କଲା ଭାରତର ଆଉ ଏକ ୧୨ ଜଣିଆ ପରାଲମ୍ପିଆନ ଟିମ

ପାରାଲମ୍ପିକ୍ସରେ ଭାଗ ନେବାକୁ ଟୋକିଓ ଗସ୍ତ ଗଲା ଭାରତର ଆଉ ଏକ ୧୨ ଜଣିଆ ଦଳ । ଏଥିରେ ୫ ଜଣ ଜାଭେଲିନ ଥ୍ରୋ' ଖେଳାଳିଙ୍କ ସହ ଅନ୍ୟ ଇଭେଣ୍ଟରେ ଭାଗ ନେବାକୁ ଥିବା ୭ ଜଣ ଖେଳାଳି ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ପାରାଲମ୍ପିକ୍ସରେ ଭାଗ ନେବାକୁ ଟୋକିଓ ଗସ୍ତ ଗଲା ଭାରତର ଆଉ ଏକ ୧୨ ଜଣିଆ ଦଳ । ଏଥିରେ ୫ ଜଣ ଜାଭେଲିନ ଥ୍ରୋ' ଖେଳାଳିଙ୍କ ସହ ଅନ୍ୟ ଇଭେଣ୍ଟରେ ଭାଗ ନେବାକୁ ଥିବା ୭ ଜଣ ଖେଳାଳି ସାମିଲ ରହିଛନ୍ତି । ଭେଟେରାନ ପାରା ଜାଭେଲିନ ଥ୍ରୋ ଖେଳାଳି ଦେବେନ୍ଦ୍ର ଝାଝରିଆ ଓ ବିଶ୍ବ ଚମ୍ପିଆନ ସନ୍ଦୀପ ଚୌଧୁରୀ ୫ ଜଣ ଜାଭେଲିନ ଥ୍ରୋ ଖେଳାଳିଙ୍କ ମଧ୍ୟରେ ସାମିଲ ରହିଛନ୍ତି । ସେମାନଙ୍କଠାରୁ ମଧ୍ୟ ଚଳିତ ପାରାଲମ୍ପିକ୍ସରେ ପଦକ ଆଶା କରାଯାଉଛି ।

୧୨ ଜଣିଆ ଭାରତୀୟ ପାରାଲମ୍ପିଆଙ୍କ ମଧ୍ୟରେ ଦୁଇଜଣ ଉଚ୍ଚ ଡିଆଁ ଖେଳାଳି ମଧ୍ୟ ସାମିଲ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ନିଶଦ କୁମାର ଓ ଅନ୍ୟ ଜଣେ ରାମ ପାଲ୍ । ଏହାସହ ଡିସକସ୍ ଥ୍ରୋ ଖେଳାଳି ଯୋଗେଶ କାଠୁନିଆ ମଧ୍ୟରେ ୧୨ ଜଣିଆ ଭାରତୀୟ ପାରାଲମ୍ପିଆନ ଦଳରେ ସାମିଲ ରହିଛନ୍ତି । ଯେଉଁମାନେ ଟୋକିଓ ଅଲମ୍ପିକ୍ସରେ ଭାଗ ନେବାକୁ ବୁଧବାର ଟୋକିଓ ଗସ୍ତ କରିଛନ୍ତି ।

ରିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଦେବେନ୍ଦ୍ର ଝାଝରିଆ । ଏହି ୪୦ ବର୍ଷୀୟ ପାରା ଆଥଲେଟ ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିବା ପାଇଁ ୬୫.୭୧ ଜାଭେଲିନ ଫୋଫାଡ଼ି ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ । ଟୋକିଓ ଅଲମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ସଫଳତା ପରେ ବର୍ତ୍ତମାନ ଲାଇମ ଲାଇଟରେ ରହିଛନ୍ତି ଜାଭେଲିନ ଥ୍ରୋ ଖେଳାଳି । ଏହି ପରିପ୍ରେକ୍ଷୀରେ ଦେବେନ୍ଦ୍ର ଝାଝରିଆ ଓ ବିଶ୍ବ ଚମ୍ପିଆନ ସନ୍ଦିପ ଚୌଧୁରୀଙ୍କଠାରୁ ମଧ୍ୟ ପଦକ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 25, 2021, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.