WTA Rankings: ୧୨୭ରୁ ୨୩ତମ ସ୍ଥାନରେ ୟୁଏସ ଓପନ ଚମ୍ପିଆନ ରାଦୁକାନୁ

author img

By

Published : Sep 13, 2021, 10:25 PM IST

WTA Rankings: US Open champ Raducanu jumps 127 spots to 23, Fernandez also enters top-30

ବିଶ୍ବ ଟେନିସ ମାନ୍ୟତା(WTA)ରେ ୧୨୭ଟି ସ୍ଥାନ ଲମ୍ଫ ପ୍ରଦାନ କରିଛନ୍ତି ୟୁଏସ ଓପନ ଚମ୍ପିଆନ ଏମ୍ମା ରାଦୁକାନୁ । ଅଧିକ ପଢନ୍ତୁ...

ଫ୍ଲୋରିଡା: ୟୁଏସ ଓପନ ଚମ୍ପିଆନ ଏମ୍ମା ରାଦୁକାନୁ ସଦ୍ୟ ପ୍ରକାଶିତ ବିଶ୍ବ ଟେନିସ ମାନ୍ୟତା(WTA)ରେ ୧୨୭ ସ୍ଥାନ ଲମ୍ଫ ପ୍ରଦାନ କରିଛନ୍ତି । ୧୫୦ ସ୍ଥାନରୁ ୨୩ତମ ସ୍ଥାନରେ ପହଞ୍ଚିଯାଇଛନ୍ତି ରାଦୁକାନୁ । ସେହିପରି ନ୍ୟୁୟର୍କରେ ରନର-ଅପ ଲେଲା ଫର୍ନାଣ୍ଡିଜ ୨୮ତମ ସ୍ଥାନରେ ପହଞ୍ଚିଛନ୍ତି ।

୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଏମ୍ମା ରାଦୁକାନୁଙ୍କ ରୂପରେ ବ୍ରିଟେନଙ୍କୁ ମିଳିଛି ଜଣେ ନୂଆ ଶୀର୍ଷମାନ୍ୟତା ଖେଳାଳି । ୩୪୫ତମ ସ୍ଥାନରେ କ୍ୟାରିୟାର ଆରମ୍ଭ କରିଥିବା ଯୁବ ଟେନିସ ଷ୍ଟାର ଏମ୍ମା,(ଶ୍ରେଷ୍ଠ ବ୍ରିଟିଶ ମହିଳା ଖେଳାଳିଙ୍କ ମଧ୍ୟରେ ୧୧ ), ଗତ ୩ ମାସ ମଧ୍ୟରେ ମାନ୍ୟତାରେ ଅବିଶ୍ବସନୀୟ ସଫଳତା ହାସଲ କରିଛନ୍ତି । ଶେଷ ୨୫ଟି ମ୍ୟାଚ୍‌ରୁ ୨୧ଟିରେ ବିଜୟୀ ହୋଇଛନ୍ତି । ଜଣେ ୱାଇଲ୍ଡକାର୍ଡ ଭାବେ ୱିମ୍ବଲଡନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିବା ପରେ, ରାଦୁକାନୁଙ୍କ ମାନ୍ୟତା ୩୩୮ରୁ ୧୭୯ରେ ପହଞ୍ଚିଥିଲା । ଯାହାକି ୟୁଏସ ଓପନ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସହାୟକ ହୋଇଥିଲା ।

ଜଣେ କ୍ବାଲିଫାୟର ଭାବେ ୟୁସ ଓପନ ଜିତି ରାଦୁକାନୁ ୨,୦୪୦ ପଏଣ୍ଟ ହାସଲ କରି ୧୨୭ତମ ସ୍ଥାନରୁ ୨୩ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଏଥିସହ ପୂର୍ବରୁ ବ୍ରିଟେନର ସର୍ବଶ୍ରେଷ୍ଠ ମାନ୍ୟତା ହାସଲକାରୀ ମହିଳା ଖେଳାଳି ଜୋହାନ୍ନା କୋଣ୍ଟାଙ୍କୁ ପଛରେ ପକାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.