ଇଣ୍ଡିଆନ ୱେଲ୍ସ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ନାଓମି ଓସାକା

author img

By

Published : Sep 23, 2021, 4:04 PM IST

Naomi Osaka confirms withdrawal from Indian Wells

୨୩ ବର୍ଷୀୟା ଷ୍ଟାର ଜାପାନିଜ ଟେନିସ ଖେଳାଳି ଇଣ୍ଡିଆନ ୱେଲ୍ସ ୨୦୧୮ ଟୁର୍ଣ୍ଣାମେଣ୍ଟରେ ପ୍ରଥମ WTA ଟାଇଟେଲ ଜିତିଥିଲେ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଇଣ୍ଡିଆନ ୱେଲ୍ସ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ବିଶ୍ବ ଟେନିସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନାଓମି ଓସାକା । ୨୦୧୮ ସଂସ୍କରଣର ଇଣ୍ଡିଆନ ୱେଲ୍ସରେ ଚିକାଗୋରେ, ଓସାକା ନିଜର ପ୍ରଥମ WTA ଟାଇଟେଲ ଜିତିଥିଲେ ।

୪ ଥରର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ୍‌ ଫ୍ରେଞ୍ଚ୍‌ ଓପନରୁ ଓହରିବା ପରେ ଟେନିସ କୋର୍ଟରେ ସଂଘର୍ଷ କରୁଥିବା ଦେଖାଯାଉଛି । ଫ୍ରେଞ୍ଚ୍‌ ଓପନରେ ମିଡିଆ ବୟକଟ୍‌ ପରେ ଟୁର୍ଣ୍ଣାମେଣ୍ଟର ଅଧିକାରୀ ତାଙ୍କ ଉପରେ ଜୋରିମାନା ଲଗାଇବା ସହ ବାସନ୍ଦ ଚେତାବନୀ ଦେଇଥିଲେ । ଏହାପରେ ମାନସିକ ସ୍ବାସ୍ଥ୍ୟ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ ଓସାକା ।

୨୩ ବର୍ଷୀୟା ଷ୍ଟାର ଜାପାନିଜ ଟେନିସ ଖେଳାଳି ଇଣ୍ଡିଆନ ୱେଲ୍ସ ୨୦୧୮ ଟୁର୍ଣ୍ଣାମେଣ୍ଟରେ ପ୍ରଥମ WTA ଟାଇଟେଲ ଜିତିଥିଲେ । ୟୁଏସ ଓପନ(US Open)ରେ ଓସାକା ଘୋଷଣା କରିଛନ୍ତି, ଯେ ଟେନିସରୁ କିଛି ସମୟ ବିରତି ନେବାକୁ ଚାହୁଁଛନ୍ତି । ଫଳରେ ଆଗାମୀ ମାସରେ ହେବାକୁ ଥିବା BNP ପାରିବାସ ଓପନ ଇଣ୍ଡିଆନ ୱେଲ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ।

୨୦୨୨ ସଂସ୍କରଣରେ ପୁଣି ଓସାକା ଫେରିବାନେଇ ଆଶାବାଦୀ ଥିବା ଟୁର୍ଣ୍ଣାମେଣ୍ଟର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଘୋଷଣା କରାଯାଇଛି ।

ପୂର୍ବରୁ ଜୋହାନ୍ନା କୋଣ୍ଟା ମଧ୍ୟ ଚିକାଗୋରେ ହେବାକୁ ଥିବା ଆଗାମୀ WTA ଇଭେଣ୍ଟ ଓ ଇଣ୍ଡିଆନ ୱେଲ୍ସରୁ ଓହରିଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.