କ୍ଳାସିସ ଓପନ ଟେନିସ: ଡବଲ୍ସ ଟାଇଟେଲ ଜିତିଲେ ଶ୍ରୀରାମ-ରାମକୁମାର ଯୋଡି

author img

By

Published : Sep 12, 2021, 5:28 PM IST

Cassis Open tennis: Ramkumar, Sriram Balaji win doubles title

ଭାରତୀୟ ଟେନିସ ଷ୍ଟାର ରାମକୁମାର ରାମାନାଥନ ଓ ଏନ. ଶ୍ରୀରାମ ବାଲାଜି ଜିତିଲେ କ୍ଳାସିସ ଓପନ ଟେନିସ ଡବଲ୍ସ ଟାଇଟେଲ । ଅଧିକ ପଢନ୍ତୁ...

ଫ୍ରାନ୍ସ(କ୍ଳାସିସ୍‌): ଭାରତୀୟ ଟେନିସ ଷ୍ଟାର ରାମକୁମାର ରାମାନାଥନ ଓ ଏନ. ଶ୍ରୀରାମ ବାଲାଜି କ୍ଳାସିସ ଓପନରେ କମାଲ କରିଛନ୍ତି । ଫ୍ରାନ୍ସରେ ଖେଳାଯାଇଥିବା ଏହି ମେଗା ପ୍ରତିଯୋଗିତାର ପୁରୁଷ ଡବଲ୍ସ ଇଭେଣ୍ଟରେ ବାଜିମାତ କରିବା ସହ ଟାଇଟେଲ ଜିତିଛନ୍ତି ଭାରତୀୟ ଯୋଡି।

ଫାଇନାଲରେ ମେକ୍ସିକୋର ହାନ୍‌ସ ହାଚ ଭର୍ଦୁଗୋ ଓ ମିଗ୍ୟୁଏଲ ଆଞ୍ଜେଲ୍‌ ରିୟାସ-ଭାରେଲା ଯୋଡିଙ୍କୁ ୬-୪, ୩-୬ ଓ ୧୦-୬ ସେଟ୍‌ରେ ହରାଇ ATP ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି ଭାରତୀୟ ଯୋଡି ରାମକୁମାର ରାମାନାଥନ ଓ ଏନ. ଶ୍ରୀରାମ ବାଲାଜି। ଭାରତୀୟ ଖେଳାଳି ପ୍ରତ୍ୟେକ ୮୦ ରାଙ୍କିଂ ପଏଣ୍ଟ ଅର୍ଜନ କରିଛନ୍ତି ।

୩୧ ବର୍ଷୀୟ ବାଲାଜି ନିଜର ସପ୍ତମ ଚ୍ୟାଲେଞ୍ଜର ଡବଲ୍ସ ଟାଇଟେଲ ଓ ୨୬ ବର୍ଷୀୟ ରାମାନାଥନ କ୍ୟାରିୟରର ଷଷ୍ଠ ଡବଲ୍ସ ଟ୍ରଫି ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.