T20 WC: ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍‌ ଟାର୍ଗେଟ ରଖିଲା ନ୍ୟୁଜିଲାଣ୍ଡ

author img

By

Published : Nov 14, 2021, 9:20 PM IST

Updated : Nov 14, 2021, 9:37 PM IST

T20 World Cup Final: williamson fifty help new Zealand set a target of 173 runs against Australia

ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

ଦୁବାଇ: ଟି-୨୦ ବିଶ୍ବକପ ୨୦୨୧ର ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଓ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଉଭୟ ଟିମ ପ୍ରଥମ ଥର ଟି-୨୦ ବିଶ୍ବକପ ଚମ୍ପିଆନ ହେବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପୂର୍ବରୁ ଟି-୨୦ ବିଶ୍ବକପ ଟ୍ରଫି ଜିତିନଥିବାରୁ କୌଣସି ଟିମ ଜିତିଲେ ଫଟାଫଟ ଫର୍ମାଟର ନୂଆ ବିଶ୍ବ ଚମ୍ପିଆନ ହେବ ।

ହାଇଭୋଲଟେଜ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ୮୫ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ପ୍ରଥମ ୱିକେଟ ଯୋଡିରେ ଦୁଇ କିୱି ଓପନର ମାର୍ଟିନ ଗପ୍ଟିଲ ଓ ଡ୍ୟାରେଲ ମିଚେଲ ପ୍ରଥମ ୱିକେଟ ଯୋଡିରେ ୨୮ ରନ୍‌ ଯୋଡିଥିଲେ । ତେବେ ଇଂନିସର ଚତୁର୍ଥ ଓଭରରେ ଜସ ହେଜେଲଉଡ୍‌, ମିଚେଲଙ୍କୁ(୧୧) ପ୍ୟାଭିଲିଅନ ପଠାଇ ଏହି ଯୋଡି ଭାଙ୍ଗିଥିଲେ । ପାୱରପ୍ଲେ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୩୨/୧ ରହିଥିଲା । କେନ ୱିଲିୟମସନ ଓ ଗପ୍ଟିଲ ଅଷ୍ଟ୍ରେଲୀୟ ବୋଲରଙ୍କ ଉଚିତ ମୁକାବିଲା କରିବା ସହ ଇଂନିସକୁ ଆଗକୁ ବଢାଇଥିଲେ । ମ୍ୟାଚ୍‌ର ଏକାଦଶତମ ଓଭରରେ ଷ୍ଟାର୍କଙ୍କ ବିପକ୍ଷରେ ୧୯ ରନ୍‌ ସଂଗ୍ରହ କରିବା ସହ ୱିଲିୟମସନ ରନ୍‌ ଗତି ବଢାଇଥିଲେ । ତେବେ ଏହାର ପରବର୍ତ୍ତୀ ଓଭରରେ ସ୍ପିନର ଆଡାମ ଜାମ୍ପା, ଗପ୍ଟିଲ(୨୮)ଙ୍କୁ ଆଉଟ୍‌ କରିବା ପରେ ନ୍ୟୁଜିଲାଣ୍ଡର ସ୍କୋର ୭୬/୨ ରହିଥିଲା ।

ତେବେ ୱିଲିୟମସନ ଦମଦାର ବ୍ୟାଟିଂ ସହ ଅର୍ଦ୍ଧଶତକ ପୂରଣ କରିଥିଲେ ଓ ନ୍ୟୁଜିଲାଣ୍ଡକୁ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ । ୪୮ ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୮୫ ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୧୭୨/୪(କେନ୍‌ ୱିଲିୟମସନ ୮୫, ମାର୍ଟିନ ଗପ୍ଟିଲ ୨୮; ଜସ୍‌ ହେଜେଲଉଡ୍‌ ୩-୧୬) ବନାମ ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 14, 2021, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.