ETV Bharat / sports

T20 WC: ସୋଏବ ମଲିକଙ୍କ ଧୂଆଁଧାର ଅର୍ଦ୍ଧଶତକ, ପାକିସ୍ତାନ ୧୮୯/୪

author img

By

Published : Nov 7, 2021, 9:29 PM IST

T20 World Cup: Azam, malik star as pakistan set a huge total of 189/4 against scotland
T20 WC: ସୋଏବ ମଲିକଙ୍କ ଧୁଆଁଧାର ଅର୍ଦ୍ଧଶତକ, ପାକିସ୍ତାନ ୧୮୯/୪

ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି ପାକିସ୍ତାନ । ଫଳରେ ସ୍କଟଲାଣ୍ଡ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଶାରଜାହ: ଚଳିତ ଟି-୨୦ ବିଶ୍ବକପର ସୁପର ୧୨ ମୁକାବିଲା ପାକିସ୍ତାନ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ଖେଳାଯାଉଛି । ପ୍ରଥମ ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ସ୍କଟଲାଣ୍ଡ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପାକିସ୍ତାନ ପକ୍ଷରୁ ଦୁଇ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଓପନିଂ ଯୋଡିରେ ୩୫ ରନ୍‌ର ଉଠାଇଥିଲେ । ରିଜୱାନ ୧୫ ରନ୍‌ରେ ଆଉଟ୍‌ ହେବାପରେ ଫଖର ଜମନ ମଧ୍ୟ ଶୀଘ୍ର ପାଭିଲିୟନ ଫେରିଥିଲେ । ତେବେ ଅଭିଜ୍ଞ ମହମ୍ମଦ ହାଫିଜଙ୍କ ସହ ମିଶି କ୍ୟାପଟେନ ଆଜମ ପାକିସ୍ତାନ ଇଂନିସକୁ ଆଗକୁ ବଢାଇଥିଲେ । ୪୫ ବଲ୍‌ରୁ ୫ ଚୌକା ଓ ୩ଟି ଛକା ସହାୟତାରେ ୬୬ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ବାବର ଆଜମ ।

ହାଫିଜ ୧୯ ବଲ୍‌ରୁ ୩୧ ରନ୍‌ର ଦ୍ରୁତ ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ତେବେ ଭେଟେରାନ ସୋଏବ ମଲିକ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଧୂଆଁଧାର ବ୍ୟାଟିଂ କରିଥିଲେ । ମାତ୍ର ୧୮ ବଲ୍‌ରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ଅବିଶ୍ବସନୀୟ ୫୪ ରନ୍‌ର ଇଂନିସ ଖେଳିଛନ୍ତି ମଲିକ ।

ସ୍କଟଲାଣ୍ଡ ପକ୍ଷରୁ କ୍ରିସ ଗ୍ରେଭ୍‌ସ ସର୍ବାଧିକ ଦୁଇଟି ୱିକେଟ ହାତେଇଥିଲେ । ହମଜା ତାହିର ଓ ସାଫୟନା ହ୍ବିଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.