ଟି-୨୦ ବିଶ୍ବକପ ସେମିଫାଇନାଲ ପୂର୍ବରୁ ICUରେ ଥିଲେ ରିଜୱାନ

author img

By

Published : Nov 12, 2021, 10:44 PM IST

MD RIZWAN WAS IN ICU FOR 2 NIGHTS BEFORE HE PLAYED A SCINTILLATING KNOCK FOR PAK

ନଭେମ୍ବର ୯ ତାରିଖରେ ଛାତିରେ ସଂକ୍ରମଣ ଯୋଗୁଁ ଦୁଇଦିନ ICUରେ ରହିଥିଲେ ପାକିସ୍ତାନ ଓପନର ମହମ୍ମଦ ରିଜୱାନ । ଅଧିକ ପଢନ୍ତୁ...

ଦୁବାଇ: ପାକିସ୍ତାନ ଓପନର ମହମ୍ମଦ ରିଜୱାନ ଗୁରୁବାର ICC ଟି-୨୦ ବିଶ୍ବକପର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଅନ୍ୟତମ ହିରୋ ରହିଥିଲେ । ୫୨ ବଲ୍‌ରୁ ୬୭ ରନ୍‌ର ଦମଦାର ଇଂନିସ ଖେଳିଥିଲେ ରିଜୱାନ ।

ତେବେ ତାଙ୍କର ଏହି ପ୍ରୟାସ ଫିକା ପଡିଯାଇଥିଲା ଓ ପାକିସ୍ତାନ ଟିମ କଙ୍ଗାରୁ ଟିମ ଠାରୁ ୫ ୱିକେଟର ପରାଜୟ ମିଳିଥିଲା ।

ମାତ୍ର ଅନେକ ଲୋକଙ୍କୁ ପାଇଁ ଏହା ଏବେବି ଅଜଣା ଯେ ଟୁର୍ଣ୍ଣାମେଣ୍ଟରେ ଦମଦାର ଫର୍ମରେ ଥିବା ରିଜୱାନ ନଭେମ୍ବର ୯ ତାରିଖରେ ଛାତିରେ ସଂକ୍ରମଣ ଯୋଗୁଁ ଦୁଇଦିନ ICUରେ ରହିଥିଲେ । ଏହା ସତ୍ତ୍ବେ, ଟିମ ପାଇଁ ସେ ସଂପୂର୍ଣ୍ଣ ଠିକ୍‌ ହୋଇଗଲେ ଓ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ରିଜୱାନଙ୍କ ବିଷୟରେ ପାକିସ୍ତାନୀ କ୍ୟାପଟେନ ବାବର ଆଜମଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, " ଓପନର ବ୍ୟାଟର ଯେପରି ଖେଳିଥିଲେ ଏଥିରୁ ତାଙ୍କର ଟିମ ପ୍ରତି ପ୍ରତିବଦ୍ଧତାର ପ୍ରମାଣ ମିଳେ । ରିଜୱାନ ସୁସ୍ଥ ନଥିଲେ, ମାତ୍ର ପଚାରିବା ସମୟରେ କହିଲେ ମୁଁ ଖେଳିବି ।"

ରିଜୱାନଙ୍କୁ ନେଇ ଟିମର ଡାକ୍ତର କହିଛନ୍ତି, "ନଭେମ୍ବର ୯ରେ ରିଜୱାନଙ୍କୁ ଛାତିରେ ସଂକ୍ରମଣ ହେଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଦୁଇରାତି ସେ ICUରେ ରହିଥିଲେ । ତେବେ ଏହାପରେ ସେ ଅବିଶ୍ବସନୀୟ ଭାବେ ସୁସ୍ଥ ହୋଇଥିଲେ ଓ ମ୍ୟାଚ୍‌ ପୂର୍ବରୁ ଠିକ୍‌ ହୋଇଯାଇଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.