ICC T20 WC: ପ୍ରଥମ ଥର ଚମ୍ପିଆନ ଲକ୍ଷ୍ୟରେ ଲଢିବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

author img

By

Published : Nov 13, 2021, 10:52 PM IST

ICC T20 WORLD CUP ALL SET TO CROWN A FIRST TIME WINNER

ICC ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଦୁଇ ପଡୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ଫଟାଫଟ ଫର୍ମାଟର ବିଶ୍ବ ଚମ୍ପିଆନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ଅଧିକ ପଢନ୍ତୁ...

ଦୁବାଇ: ICC ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଦୁଇ ପଡୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ଫଟାଫଟ ଫର୍ମାଟର ବିଶ୍ବ ଚମ୍ପିଆନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । କାରଣ ୨୦୦୭ ଉଦ୍‌ଘାଟନୀ ସଂସ୍କରଣ ଠାରୁ ଏଯାବତ ଏହି ଦୁଇଟିମ ଟ୍ରଫି ଜିତି ପାରିନାହାନ୍ତି ।

ଏଯାବତ ଦୁଇଟିମ ଟି-୨୦ ବିଶ୍ବକପ ଜିତିପାରିନାହାନ୍ତି । ଅଷ୍ଟ୍ରେଲିଆ ବର୍ଷ ୨୦୧୦ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ବିଜେତା ହୋଇପାରିନଥିଲା ।

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ଥିବା ଦୁଇ ଟିମ ଇଂଲଣ୍ଡ ଓ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଦୁଇ ଟିମ ମଧ୍ୟରେ ଟି-୨୦ ମ୍ୟାଚ୍‌ର ରେକର୍ଡ ଦେଖିଲେ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମ୍ୟାଚ୍‌ ଜିତିଛି ଅଷ୍ଟ୍ରେଲିଆ। ମୋଟ ୧୩ଟି ମୁକାବିଲାରୁ କଙ୍ଗାରୁ ଟିମ ଟିମ ୮ଟି ଓ କିୱି ଟିମ ୫ଟି ବିଜୟୀ ହୋଇଛନ୍ତି ।

ଭାରତରେ ୨୦୧୬ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସାମ୍ନାସାମ୍ନି ହୋଇଥିଲେ । ଯେଉଁଥିରେ କିୱିଟିମ କଙ୍ଗାରୁଙ୍କୁ ଚିତପଟାଙ୍ଗ କରିଥିଲେ । ଏହି ମ୍ୟାଚ୍‌ର ହିରୋ ମିଚେଲ ମାକଲେଘନ ରହିଥିଲେ । ଘାତ ବୋଲିଂ ସହ ସେ ୩ଟି ୱିକେଟ ନିଜ ନାମରେ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.