T20 WC Final: ଟାର୍ଗେଟ ଟ୍ରଫି, କିୱି-କଙ୍ଗାରୁ ଫାଇନାଲ ଫାଇଟ୍‌

author img

By

Published : Nov 14, 2021, 3:59 PM IST

Everyone had written us off; we are here to rectify that: Finch

କଙ୍ଗାରୁ ଟିମ ICC ଟି-୨୦ ବିଶ୍ବକପ ଟାଇଟେଲ ଜିତିନଥିବା ଏକ ବଡ କ୍ଷତ । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଏହାର 'ଭରଣା କରିବାକୁ ସୁବର୍ଣ୍ଣ ସୁଯୋଗ' ରହିଛି କହିଲେ ପିଞ୍ଚ୍‌ । ଅଧିକ ପଢନ୍ତୁ

ଦୁବାଇ: ଟି-୨୦ ବିଶ୍ବକପ ଫାଇନାଲ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲୀୟ କ୍ୟାପଟେନ ଆରୋନ ଫିଞ୍ଚ୍‌ଙ୍କ ବଡ ବୟାନ । କଙ୍ଗାରୁ ଟିମ ICC ଟି-୨୦ ବିଶ୍ବକପ ଟାଇଟେଲ ଜିତିନଥିବା ଏକ ବଡ କ୍ଷତ । ମାତ୍ର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଏହାର 'ଭରଣା କରିବାକୁ ସୁବର୍ଣ୍ଣ ସୁଯୋଗ' ରହିଛି ।

ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ୨୦୧୦ ସଂସ୍କରଣର ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ଟାଇଟେଲ ବିଜୟର ନିକଟତର ହୋଇଥିଲା । ମାତ୍ର ଇଂଲଣ୍ଡ ଠାରୁ ୭ ୱିକେଟରେ ପରାଜୟ ମିଳିଥିଲା ।

ଏହା ଅତୀତର ଅବଶୋଷ, ମାତ୍ର ଏବେ ଏହାକୁ ସୁଧାରିବାକୁ ସୁଯୋଗ ରହିଛି କହିଛନ୍ତି ଫିଞ୍ଚ୍‌ । ନ୍ୟୁଜିଲାଣ୍ଡ ଏକ ଶକ୍ତିଶାଳୀ ଟିମ ଓ ଗତ ୬ବର୍ଷ ମଧ୍ୟରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ସମସ୍ତ ଫାଇନାଲ ଖେଳିଛନ୍ତି । ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ କଡା ମୁକାବିଲା ହେବବୋଲି ଆଶାବାଦୀ ଥିବା କହିଛନ୍ତି ଫିଞ୍ଚ୍‌ ।

ସାମ୍ବାଦିକ ସମ୍ମିଳନୀରେ ଟିମର ଭେଟେରାନ ବ୍ୟାଟର ଷ୍ଟିଭେନ ସ୍ମିଥ୍‌ଙ୍କ ଖରାପ ଫର୍ମକୁ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ଫିଞ୍ଚ୍‌ । ସ୍ମିଥ ଜଣେ ମହାନ ଖେଳାଳି, ବିଶେଷ କରି ବଡ ମ୍ୟାଚ୍‌ରେ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ପ୍ରଶଂସନୀୟ, ପୂର୍ବତନ କ୍ୟାପଟେନଙ୍କ ଟିମରେ ଉପସ୍ଥିତି ସର୍ବଦା ଟିମରୁ ଶକ୍ତିଶାଳୀ କରିଛି କହିଛନ୍ତି ଫିଞ୍ଚ୍‌ ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ପଡୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ବିଶ୍ବକପ ଟାଇଟେଲ ପାଇଁ ଲଢେଇ ହେବ । ୫ଥର ୫୦ ଓଭର କ୍ରିକେଟରେ ବିଶ୍ବ ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିଆ ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ଥର ଟି-୨୦ ବିଶ୍ବକପ ଟ୍ରଫି ଜିତିପାରିନାହିଁ । ଅନ୍ୟପଟେ କେନ ୱିଲିୟମସନଙ୍କ ନେତୃତ୍ବରେ ICC ଇଭେଣ୍ଟରେ ସ୍ଥିର ପ୍ରଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ ମଧ୍ୟ ଫଟାଫଟ କ୍ରିକେଟର ପ୍ରଥମ ଟ୍ରଫି ଆଶାରେ ରହିଛି । ୨୦୧୯ ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ଦୁଃଖର ଭରଣା ଟି-୨୦ ବିଶ୍ବକପ ଟ୍ରଫି ସହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବ୍ୟାକକ୍ୟାପ୍‌ସ ।

ସ୍କ୍ବାଡ୍‌:

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍‌(କ୍ୟାପଟେନ), ଆଷ୍ଟନ ଅଗର, ପାଟ୍‌ କମିନ୍ଲ, ଜସ ହେଜେଲଉଡ୍‌, ଜସ ଇଙ୍ଗଲସ, ମିଚେଲ ମାର୍ଶ, ଗ୍ଳେନ ମାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମିଚେଲ ସ୍ବେପସନ, ମାଥ୍ୟୁ ୱେଡ୍‌(ୱିକେଟ କିପର), ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

ନ୍ୟୁଜିଲାଣ୍ଡ: କେନ ୱିଲିୟମସନ(କ୍ୟାପଟେନ୍‌), ଟଡ ଆଷ୍ଟଲ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମନ, ଆଡାମ ମିଲନେ, ମାର୍ଟିନ ଗପ୍ଟିଲ, କେଲ ଜେମିଏସନ, ଡ୍ୟାରେଲ ମିଚେଲ, ଜିମ୍ମି ନିଶାମ, ଗ୍ଳେନ ଫିଲିପ୍ସ, ମିଚେଲ ସାଣ୍ଟନରସ ଟିମ ସୈଫର୍ଟ(ୱିକେଟ କିପର), ଇସ ସୋଢି, ଟିମ ସାଉଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.