ଅଷ୍ଟ୍ରେଲିଆ ଫଟାଫଟ ଫର୍ମାଟର ନୂଆ ବିଶ୍ବବିଜେତା, ନ୍ୟୁଜିଲାଣ୍ଡ ନିରାଶ

author img

By

Published : Nov 14, 2021, 10:53 PM IST

Australia won first ever T20 world cup Trophy

ଫଟାଫଟ କ୍ରିକେଟକୁ ମିଳିଲା ନୂଆ ବିଶ୍ବ ଚମ୍ପିଆନ । ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଟି-୨୦ ବିଶ୍ବକପ ଟ୍ରଫି ଜିତିନେଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ଦୁବାଇ: ଫଟାଫଟ କ୍ରିକେଟକୁ ମିଳିଲା ନୂଆ ବିଶ୍ବ ଚମ୍ପିଆନ । ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଟି-୨୦ ବିଶ୍ବକପ ଟ୍ରଫି ଜିତିନେଇଛି ଅଷ୍ଟ୍ରେଲିଆ । ଫାଇନାଲରେ ନ୍ୟୁଜିଲାଣ୍ଡ ରଖିଥିବା ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୨ ୱିକେଟ ହରାଇ ସଂଗ୍ରହ କରିନେଇଛି କଙ୍ଗାରୁ ଟିମ । ଫଳରେ ୫୦ ଓଭର ଫର୍ମାଟରେ ୫ଥର ବିଶ୍ବ ଚମ୍ପିଆନ ହୋଇସାରିଥିବା ଅଷ୍ଟ୍ରେଲିଆ ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ବରେ ଟି-୨୦ ବିଶ୍ବକପ ଟ୍ରଫି ମରୁଡି ଶେଷ କରିଛି ।

ଅନ୍ୟପଟେ ଆଉଏକ ବିଶ୍ବକପ ଫାଇନାଲରେ ପରାସ୍ତ ହେବା ସହ ନିରାଶ ହୋଇଛି ନ୍ୟୁଜିଲାଣ୍ଡ । ୨୦୧୯ ଦିନିକିଆ ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା କେନ ୱିଲିୟମସନଙ୍କ ଟିମ । ଫଳରେ ଟି-୨୦ ବିଶ୍ବକପ ୨୦୨୧ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଥିବା କେନ ୱିଲିୟମସନଙ୍କ ଟିମ ପୁଣି ନିରାଶ ହୋଇଛି । ଏଥିସହ ବିଶ୍ବକପ ଟ୍ରଫି ଟେକିବାକୁ ବ୍ୟାକକ୍ୟାପ୍‌ସର ଅପେକ୍ଷା ଅଧିକ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.