ETV Bharat / sports

ଫିଟିବ ସମାଧାନ ବାଟ, କୁସ୍ତାଯୋଦ୍ଧାଙ୍କୁ ଆଲୋଚନା ପାଇଁ କ୍ରୀଡାମନ୍ତ୍ରୀଙ୍କ ନିମନ୍ତ୍ରଣ

author img

By

Published : Jun 7, 2023, 10:48 AM IST

wrestlers Protest
wrestlers Protest

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କେନ୍ଦ୍ର ସରକାରଙ୍କ ତରଫରୁ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସହ ପୁଣି ଆଲୋଚନା କରିବାକୁ ନିମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିନ ଗଡୁଛି ହେଲେ କୁସ୍ତିଯୋଦ୍ଧାଙ୍କ ସମସ୍ୟାର ସମାଧାନ ହୋଇ ପାରୁନାହିଁ । କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଟପ କୁସ୍ତିଯୋଦ୍ଧା ଦୀର୍ଘ 25 ଦିନରୁ ଅଧିକ ହେବ ଧାରଣାରେ ବସିଛନ୍ତି । ସେମାନଙ୍କ ସହ ପୁଣି ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ଘୋଷଣା କରିଛନ୍ତି । ଆଲୋଚନା ପାଇଁ ରେସଲ ପ୍ରସ୍ତୁତ ଥିବା ଜଣାପଡିଛି ।

  • The government is willing to have a discussion with the wrestlers on their issues.

    I have once again invited the wrestlers for the same.

    — Anurag Thakur (@ianuragthakur) June 6, 2023 " class="align-text-top noRightClick twitterSection" data=" ">

ଆନ୍ଦୋଳନ ଭିତରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ, ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ରେଳୱେ ଚାକିରିରେ ଯୋଗ ଦେଇ ସାରିଛନ୍ତି । ଏହି ସମସ୍ତ କୁସ୍ତିଯୋଦ୍ଧା ଚଳିତ ବର୍ଷ ଆରମ୍ଭରୁ ବ୍ରିଜ ଭୂଷଣ ସିଂହ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଦିଲ୍ଲୀ ଯନ୍ତରମନ୍ତର ଓ ତାର ପାଖ ଅଞ୍ଚଳରେ 28 ମେରୁ 144 ଧାରା ଲାଗୁ ହେବା ପରେ କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ଆଗରେ ବିରୋଧ ପ୍ରଦର୍ଶନ ଯୋଜନା କରିଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ରାସ୍ତାରେ ଅଟକାଇଥିଲା । ଜନ୍ତରମନ୍ତରରୁ ମଧ୍ୟ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାଙ୍କୁ ହଟାଇ ଦେଲା । ଦିନ ଗଡିବାରେ ଲାଗିଛି ହେଲେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୁଣି ଥରେ ଆନ୍ଦେଳନରତ କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ସରକାର ରାଜି ହୋଇଥିବା ଟ୍ବିଟ କରି କହିଛନ୍ତି । ଏହା କୁସ୍ତିଯୋଦ୍ଧାଙ୍କ ସହ କ୍ରୀଡାମନ୍ତ୍ରୀଙ୍କ ଦ୍ବିତୀୟ ଆଲୋଚନା ଦେବାକୁ ଯାଉଛି ।

ଶନିବାର କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ପ୍ରାୟ 1 ଘଣ୍ଟା ଧରି ଆଲୋଚନା କରିଥିଲେ । ଏବି ବ୍ରିଜ ଭୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହା ପରେ ସାକ୍ଷୀ ମଲିକ,ବଜରଙ୍ଗ ପୁନିଆ ସୋମାମଙ୍କ ଚାକିରିରରେ ଯୋଗ ଦେଇଛନ୍ତି । ଫଳରେ ରେସଲର ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଥିବା କୁହାଯାଉଥିବା ମାତ୍ର ଏହାକୁ କୁସ୍ତିଯୋଦ୍ଧା ଆଗ୍ରାହ୍ୟ କରିିଥିଲେ ।

ଏହା ବି ପଢନ୍ତୁ...ବ୍ରିଜ୍‌ ଭୂଷଣଙ୍କ ଘରେ ପଶିଲା ଦିଲ୍ଲୀ ପୋଲିସ, ୧୪ ଜଣଙ୍କ ବୟାନ ରେକର୍ଡ

ଦିଲ୍ଲୀ ପୋଲିସ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ନାମରେ 10 ଅଭିଯୋଗ ଆଧାରରେ 2ଟି ମାମଲା ରୁଜୁ କରିଛି । ଏଥିରୁ ଗୋଟିଏ ମାମଲା ଜଣେ ନାବାଳିକାଙ୍କ ଦ୍ବାରା ଦାୟର ହୋଇଛି । ଅନ୍ୟ ଏକ ମାମଲା ମହିଳାଙ୍କ ମର୍ଯ୍ୟାଦାକୁ ଆଘାତ ପହଞ୍ଚିଥିବା ଉପରେ ରହିଛି । ଗତକାଲି (ମଙ୍ଗଳବାର) ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ଘରେ ପଶିଥିଲା । ଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲା ସ୍ଥିତ ସାଂସଦଙ୍କ ବାସଭବନରେ ପହଞ୍ଚି ତନାଘନା କରିଥିଲା । ସେଠାରେ ତାଙ୍କର ପରିଜନ, ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ବୟାନ ରେକର୍ଡ କରିଥିଲା । ଏହାସହିତ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର ଓ ଅନ୍ୟ କିଛି ସ୍ଥାନକୁ ଯାଇ ଛାନଭିନ୍ କରିଥିଲା ।

ପ୍ରକାଶଥାଉ କି, କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12 ଯୌନ ନିର୍ଯାତନା ଘଟଣା ବିଷୟରେ ସେ ଜାଣିଥିବା କହିଥିଲେ । ବ୍ରିଜ ଭୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.