Wrestlers Protest End: ରେସଲରଙ୍କ ଧାରଣା ପ୍ରତ୍ୟାହୃତ, ତଦନ୍ତ କରିବ କମିଟି

author img

By

Published : Jan 21, 2023, 8:08 AM IST

wrestlers allegation against WFI

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାସଭବନରେ ଦ୍ୱିତୀୟ ଥର ଆଲୋଚନା ପରେ ପ୍ରତ୍ୟାହୃତ ରେସଲରଙ୍କ ଧାରଣା । ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ନେଇ ତଦନ୍ତ କରିବ ଏକ ଟିମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା । ପ୍ରତ୍ୟାହୃତ ହେଲା ରେସଲରଙ୍କ ଧାରଣା । ଗତ ୩ଦିନ ଧରି ଖେଳାଳି ମାନେ ଦିଲ୍ଲୀ ଜନ୍ତରମନ୍ତରରେ ବ୍ରିଜ ଭୂଷଣଙ୍କୁ ପଦରୁ ହଠାଇବା ଦାବି କରି ଧାରଣା ପ୍ରଦର୍ଶନ କରିଥିଲେ । ଯାହା ଶୁକ୍ରବାର ବିଳମ୍ବିତ ରାତିରେ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଦ୍ବିତୀୟ ଥର ଆଲୋଚନା ପରେ ବିରୋଧ ପ୍ରଦର୍ଶନ ବନ୍ଦ ହୋଇଛି । ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ନେଇ ଏକ ଟିମ ଗଠନ କରାଯାଇ ଯାଞ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ଏନେଇ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ, ''ଡବ୍ଲୁଏଫ୍ଆଇ ବିରୋଧରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିବା ପରେ କୁସ୍ତି ଯୋଦ୍ଧା ମାନେ ବିରୋଧ ପ୍ରଦର୍ଶନ ବନ୍ଦ କରିଦେଇଛନ୍ତି । ଡବ୍ଲୁଏଫ୍ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା, ପାଣ୍ଠି ହଡପ କରିବା ଏବଂ ଆଥଲେଟ୍ସଙ୍କୁ ଅସଦାଚରଣ ଅଭିଯୋଗରେ ବୁଧବାର ଠାରୁ ଏକ ବିରୋଧ ପ୍ରଦର୍ଶନ କରୁଥିଲେ ବହୁ କୁସ୍ତି ଯୋଦ୍ଧା ।

ଏନେଇ କ୍ରୀଡା ମନ୍ତ୍ରାଣାଳୟ କହିଛି ଯେ, ''କ୍ରୀଡାବିତଙ୍କୁ ଯୌନ ଶୋଷଣ, ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଏକ କମିଟି ଅନୁସନ୍ଧାନ କରିବ । ଏହାସହ କମିଟି ଡବ୍ଲୁଏଫ୍ଆଇର ଦିନ ପ୍ରତିଦିନର କାର୍ଯ୍ୟ କରିବ ଓ ଖେଳାଳୀ ମାନେ ଆଣିଥିବା ଅଭିଯୋଗକୁ ବିଚାର କରିବ । ତଦାରଖ କମିଟି 4 ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରିବ ଏବଂ ସେପର୍ଯ୍ୟନ୍ତ ଡବ୍ଲୁଏଫ୍ଆଇ ସଭାପତି ଦିନିକିଆ କାର୍ଯ୍ୟକଳାପରୁ ଦୂରେଇ ରହିବେ ଏବଂ ତଦନ୍ତରେ ସହଯୋଗ କରିବେ ।

ଏହା ମଧ୍ୟ ପଢନ୍ତୁ-ମହିଳା କୁସ୍ତି ଯୋଦ୍ଧାଙ୍କ ଧାରଣା ସ୍ଥଳରେ ପହଁଞ୍ଚିଲେ ବିଜେନ୍ଦର ସିଂହ, କହିଲେ ଏହି ମାମଲାରେ ସିବିଆଇ ଯାଞ୍ଚ କରୁ

ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । କୁସ୍ତି ମହାସଂଘ ସଭାପତି ବ୍ରିଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଦିଲ୍ଲୀର ଯନ୍ତରମନ୍ତରରେ ଅନେକ କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ରିଓ ଅଲିମ୍ପିକ୍ସ ବିଜେତା ସାକ୍ଷୀ ମଲିକ, ସରିତା ମୋରେ, ବଜରଙ୍ଗ ପୁନିଆଙ୍କ ସମେତ ପାଖାପାଖି 30 ଜଣ କୁସ୍ତିଯୋଦ୍ଧା ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.