ପୁଣି ବିବାଦରେ ପଶ୍ଚିମବଙ୍ଗ ରାଜ୍ୟପାଳ, ଫଟୋ ପାଇଁ ଛେତ୍ରୀଙ୍କୁ ହଟିବାକୁ କହି ହଟହଟା

author img

By

Published : Sep 19, 2022, 5:45 PM IST

Updated : Sep 19, 2022, 7:42 PM IST

ଫଟୋ ସେସନରେ ସୁନୀଲ ଛେତ୍ରିଙ୍କୁ ହଟିବା ପାଇଁ କହିଲେ ରାଜ୍ୟପାଳ ଗଭର୍ଣ୍ଣରଙ୍କ

ସମ୍ମାନଜନକ ଦୁରନ୍ଦ କପ ଫାଇନାଲ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀ ଦଳ ମୁମ୍ବାଇ ଏଫସିକୁ ୨-୧ ଗୋଲରେ ହରାଇ ବେଙ୍ଗାଲୁରୁ ଏଫସି ଚମ୍ପିଆନ ହୋଇଛି (Bengaluru FC beat Mumbai City ) । ତେବେ ଫାଇନାଲ ମ୍ୟାଚ୍‌ ପରେ ପୁରସ୍କାର ବିତରଣ ସମାରୋହର ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

କୋଲକାତା: ଚଳିତ ବର୍ଷ ଦୁରନ୍ଦ କପ ( Durand Cup ) ଟାଇଟଲ ହାସଲ କରିବାରେ ସଫଳ ହୋଇଛି ବେଙ୍ଗାଲୁରୁ ଏଫସି । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରତିଦ୍ବନ୍ଦ୍ବୀ ଦଳ ମୁମ୍ବାଇ ଏଫସିକୁ ୨-୧ ଗୋଲରେ ହରାଇ ବେଙ୍ଗାଲୁରୁ ଏଫସି ଚମ୍ପିଆନ ହୋଇଛି (Bengaluru FC beat Mumbai City ) । ବେଙ୍ଗାଲୁରୁ ଏଫସି ଅଧିନାୟକ ସୁନୀଲ ଛେତ୍ରୀଙ୍କ ( Sunil Chhetri ) ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ଦୁରନ୍ଦ କପ ଟାଇଟଲ ହାତେଇବାରେ ସଫଳ ହୋଇଛି । ତେବେ ଫାଇନାଲ ମ୍ୟାଚ୍‌ ପରେ ପୁରସ୍କାର ସମାରୋହର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅତିଥୀ ଭାବେ ଯୋଗଦେଇଥିବା ପଶ୍ଚିମବଙ୍ଗ ରାଜ୍ୟପାଳ ଫଟୋରେ ନଜର ଆସିବା ପାଇଁ ଚମ୍ପିଆନ ଟିମ ଅଧିନାୟକଙ୍କୁ ସାମ୍ନାରୁ ହଟାଇ ନିଜେ ଆଗକୁ ଆସିଥିବା ଦେଖାଯାଇଛି । ଏହାକୁ ନେଇ ଅନେକ କ୍ରୀଡାପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କ'ଣ ଥିଲା ସଂପୂର୍ଣ୍ଣ ଘଟଣା

ପଶ୍ଚିମବଙ୍ଗ ରାଜ୍ୟପାଳ (Governor of Bengal La. Ganesan) ଗଣେଶନ ଅତିଥୀ ଭାବରେ ଦୁରନ୍ଦ କପରେ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚ୍‌ ପରେ ଚମ୍ପିଆନ ଦଳ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମଞ୍ଚ ଉପରକୁ ଡକାଯାଇଥିଲା । ସୁନୀଲ ଛେତ୍ରି ଟ୍ରଫି ନେବା ପାଇଁ ମଞ୍ଚ ଉପରକୁ ଆସିଥିଲେ । ଟ୍ରଫି ନେବା ପରେ ଫଟୋ ସେସନ ସମୟରେ ଗଭର୍ଣ୍ଣର ଗଣେଶନ ସୁନୀଲ ଛେତ୍ରୀଙ୍କ ପଛରେ ରହିଯାଇଥିଲେ । ତେଣୁ ଫଟୋ ଉଠାଇବା ପାଇଁ ଗଣେଶନ ସୁନୀଲ ଛେତ୍ରୀଙ୍କୁ ସାଇଡ ହେବା ପାଇଁ କହିଥିଲେ ।

ଛେତ୍ରୀଙ୍କ ପ୍ରତି ରାଜ୍ୟପାଳଙ୍କ ଏଭଳି ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବେଙ୍ଗାଲୁରୁ ଏଫସି ଅଧିନାୟକ ତଥା ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହିତ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କର ଏମିତି ବ୍ୟବହାର ଦେଖି ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଏଭଳି ଭିଡିଓ ଉତ୍ତୋଳନ ହେବା ପରେ ଏହାକୁ ସୋସିଆଲ ମଡିଆରେ ଟ୍ରୋଲ୍‌ କରାଯାଉଛି ।

ଫ୍ୟାନ୍ସ ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରି ଅଧିକାରୀଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି । ୟୁଜର୍ସଙ୍କ କହିବା କଥା କି ଖେଳାଳିମାନଙ୍କୁ ସମ୍ମାନ କରିବା ଦରକାର । ସୁନୀଲ ଛେତ୍ରୀ ଏକୁଟିଆ ନଥିଲେ ଯାହାଙ୍କ ସହିତ ଏଭଳି ଘଟଣା ଘଟିଛି । ତାଙ୍କ ଛଡା ବେଙ୍ଗାଲୁରୁ ପାଇଁ ଗୋଲ କରିଥିବା ଶିବଶକ୍ତି ନାରାୟଣଙ୍କୁ ମଧ୍ୟ ଟ୍ରଫି ଦେବା ସମୟରେ ଆୟୋଜକ ଅଧିକାରୀମାନେ ଧକ୍କା ଦେଇ ସାଇଡ କରିଥିବା ଘଟଣା ନଜର ଆସିଛି ।

Last Updated :Sep 19, 2022, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.