USA ତୀରନ୍ଦାଜି ଚମ୍ପିଆନସିପରେ ତୃତୀୟ ରୌପ୍ୟ ହାସଲ କଲେ ଜ୍ୟୋତି

author img

By

Published : Sep 26, 2021, 10:35 PM IST

USA ତୀରନ୍ଦାଜି ଚମ୍ପିଆନସିପରେ ତୃତୀୟ ରୌପ୍ୟ ହାସଲ କଲେ ଜ୍ୟୋତି

ଆମେରିକାରେ ଜାରି ରହିଥିବା ବିଶ୍ବ ତୀରନ୍ଦାଜି ଚମ୍ପିଆନସିପରେ ତୃତୀୟ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ଭି. ଜ୍ୟୋତି ସୁରେଖା । ଏକକ ବର୍ଗ ଇଭେଣ୍ଟରେ ସେ ଏହି ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଆମେରିକାରେ ଜାରି ରହିଥିବା ବିଶ୍ବ ତୀରନ୍ଦାଜି ଚମ୍ପିଆନସିପରେ ତୃତୀୟ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ଭି. ଜ୍ୟୋତି ସୁରେଖା । ଏକକ ବର୍ଗ ଇଭେଣ୍ଟରେ ସେ ଏହି ପଦକ ହାସଲ କରିଛନ୍ତି । କମ୍ପାଉଣ୍ଡ ଇଭେଣ୍ଟରେ ମଧ୍ୟ ଜ୍ୟୋତି ରୌପ୍ୟ ପଦକ ହାସଲ କରିଥିଲେ ।

ଦକ୍ଷିଣ ଡାକୋଟାର ୧୦୦ ଏକର୍ କମ୍ପ୍ଲେକ୍ସ ୟାଙ୍କାଟନ୍‌ ତୀରନ୍ଦାଜ ସେଣ୍ଟରରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଶୁକ୍ରବାର ତୀରନ୍ଦାଜୀର କମ୍ପାଉଣ୍ଡ ଇଭେଣ୍ଟ ଫାଇନାଲରେ କଲମ୍ବିଆର ସାରା ଲୋପେଜଙ୍କୁ ଭେଟିଥିଲେ ଜ୍ୟୋତି । ସ୍ବର୍ଣ୍ଣ ପଦକ ରାଉଣ୍ଡରେ ସାରା ଲୋପେଜ୍‌ଙ୍କଠାରୁ ମାତ୍ର ଦୁଇ ପଏଣ୍ଟ ପଛରେ ରହି ଯାଇଥିଲେ ଜ୍ୟୋତି । ଫାଇନାଲ ରାଉଣ୍ଡରେ ସାରା ୧୪୬ ହାସଲ କରିଥିବା ବେଳେ ଜ୍ୟୋତି ୧୪୪ ପଏଣ୍ଟ ହାସଲ କରିଥିଲେ ।

ଏକକ ବର୍ଗରେ ମଧ୍ୟ ଜ୍ୟୋତି ଫାଇନାଲ୍‌ ରାଉଣ୍ଡରେ ସାରା ଲୋପେଜଙ୍କୁ ଟକ୍କର ଦେଇଥିଲେ । ତେବେ ସେ ସ୍ବର୍ଣ୍ଣ ପଦକ ହାସଲ କରି ପାରିନାହାନ୍ତି । ବିଶ୍ବ ଚମ୍ପିଆନସିପ୍‌ରେ ଏହାକୁ ମିଶାଇ ମୋଟ ୬ଟି ପଦକ ହାସଲ କରିଛନ୍ତି ଜ୍ୟୋତି । ଏହାପୂର୍ବରୁ ସେ ୨୦୧୯ ନେଦରଲ୍ୟାଣ୍ଡ ବିଶ୍ବ ଚମ୍ପିଆନସିପ୍‌ର ଏକକ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ । ଏହାପୂର୍ବରୁ ୨୦୧୭ ମେକ୍ସିକୋ ସିଟି ଏଡିସନ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ । ବର୍ତ୍ତମାନ ବିଶ୍ବ ରାଙ୍କିଂରେ ୧୩ ନମ୍ବରରେ ରହିଛନ୍ତି ଭାରତର ଭି. ଜ୍ୟୋତି ସୁରେଖା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.