ETV Bharat / sports

Tokyo Paralympics: ଭାରତ ପଠାଇବ ସର୍ବବୃହତ ଟିମ

author img

By

Published : Aug 9, 2021, 10:14 PM IST

Tokyo Paralympics 2020: India to send largest-ever contingent
Tokyo Paralympics 2020: ଭାରତ ପଠାଇବ ସର୍ବବୃହତ ଟିମ

ଅଗଷ୍ଟ 24ରୁ ଆରମ୍ଭ ହେବାକୁ ଯାଉଛି, 2020 ଟୋକିଓ ପାରାଅଲମ୍ପିକ୍‌ସ । ଭାରତ ଏହି ସଂସ୍କରଣର ପାରାଅଲମ୍ପିକ୍‌ସକୁ ସର୍ବବୃହତ ଟିମ ପଠାଇବାକୁ ଯାଉଛି । ମୋଟ୍‌ 9ଟି ଭିନ୍ନ ଖେଳରେ 54 ପାରା ଆଥଲେଟ୍‌ ଏହି ବହୁଦେଶୀୟ ମେଗା ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବେ । ଅଧିକ ପଢନ୍ତୁ...

ଟୋକିଓ: ରବିବାର ଟୋକିଓରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍‌ 2020 ଔପଚାରିକ ଭାବେ ଶେଷ ହୋଇଛି । ତେବେ ଆଉ ଏକ ନୂଆ ବିଶ୍ବ କ୍ରୀଡାର ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ 24ରୁ ଆରମ୍ଭ ହେବାକୁ ଯାଉଛି, 2020 ପାରାଅଲମ୍ପିକ୍‌ସ ।

ଟୋକିଓ ପାରାଅଲମ୍ପିକ୍‌ସରେ 21ଟି ଭେନ୍ୟୁରେ 22ଟି ଭିନ୍ନ ଖେଳରେ 593 ଇଭେଣ୍ଟ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ଭାରତ ଏହି ସଂସ୍କରଣର ପାରାଅଲମ୍ପିକ୍‌ସକୁ ସର୍ବବୃହତ ଟିମ ପଠାଇବାକୁ ଯାଉଛି । ମୋଟ୍‌ 9ଟି ଭିନ୍ନ ଖେଳରେ 54 ପାରା ଆଥଲେଟ୍‌ ଏହି ବହୁଦେଶୀୟ ମେଗା ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବେ ।

2016 ରିଓ ପାରାଲମ୍ପିକ୍‌ସରେ ପୁରୁଷ ଉଚ୍ଚ ଡିଆଁ (High Jump) ସ୍ବର୍ଣ୍ଣ ବିଜେତା ମାରିୟାପ୍ପନ ଥାଙ୍ଗାଭେଲୁ ଉଦ୍‌ଘାଟନୀ ସମାରୋହରେ ଭାରତର ଧ୍ବଜା ବାହକ ରହିବେ ।

Tokyo Paralympics 2020: India to send largest-ever contingent
ଟୋକିଓ ପାରାଅଲମ୍ପିକ୍‌ସକୁ ଭାରତ ପଠାଇବ ସର୍ବବୃହତ ଟିମ

2016 ରିଓ ପାରାଲମ୍ପିକ୍‌ସରେ 5ଟି ଭିନ୍ନ ଖେଳରେ 19ଜଣ ଆଥଲେଟ୍‌ ଭାରତର ପ୍ରତିନିଧିତ୍ବ କରିଥିଲେ । ଦୁଇଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ଭାରତ ଗ୍ରୀଷ୍ମକାଳୀନ ପାରଲମ୍ପିକସ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ।

Tokyo Paralympics 2020: India to send largest-ever contingent
ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଦାବିଦାର ପ୍ରମୋଦ ଭଗତ

ଟୋକିଓ 2020 ପାଇଁ ଚୟନ ହୋଇଥିବା ସମସ୍ତ ଆଥଲେଟ୍‌ଙ୍କୁ ଭାରତୀୟ ପାରାଲମ୍ପିକ୍‌ସ ଚୟନକର୍ତ୍ତା କମିଟି(PCI) ପକ୍ଷରୁ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଦଇଦିନିଆ ଟ୍ରାଏଲରେ ଚୟନ କରାଯାଇଛି । ଏହି କମିଟିର ମୁଖ୍ୟ ରହିଛନ୍ତି, 2016 ରୌପ୍ୟ ପଦକ ବିଜୟିନୀ ଦୀପା ମଲ୍ଲିକ ।

ନଜର ପକାନ୍ତୁ ଭାରତୀୟ ପାରା ଆଥଲେଟ୍‌ ଟିମ ଉପରେ...

ପୁରୁଷ: ଦେବେନ୍ଦ୍ର ଝାଜରିୟା, ଅଜିତ ସିଂହ ଓ ସୁନ୍ଦର ସିଂହ ଗୁରଜର(ଜାଭେଲିନ F-46); ସନ୍ଦୀପ ଚୌଧୁରୀ ଓ ସୁମିତ(ଜାଭେଲିନ F-64); ମାରିୟାପ୍ପନ ଥାଙ୍ଗାଭେଲୁ, ଶରଦ କୁମାର, ବରୁଣ ସିଂହ ଭାତୀ(ହାଇ ଜମ୍ପ୍‌ T-63); ଅମିତ କୁମାର ଓ ଧର୍ମବୀର(କ୍ଳବ ଥ୍ରୋ F-51); ନିଶାଦ କୁମାର ଓ ରାମ ପାଲ(ହାଇ ଜମ୍ପ୍‌ T-47); ସୋନମ ରାଣା(ସଟ୍‌ପୁଟ୍‌ F-57), ନବଦୀପ(ଜାଭେଲିନ F-41), ପ୍ରବୀଣ କୁମାର(ହାଇ ଜମ୍ପ୍‌ T-64), ଯୋଗେଶ କାଥୁନିୟା(ଡିସକସ୍‌ ଥ୍ରୋ F-56), ବିନୋଦ କୁମାର(ଡିସକସ୍‌ ଥ୍ରୋ F-56), ରଞ୍ଜିତ ଭାତୀ(ଜାଭେଲିନ F-57), ଅରବିନ୍ଦ(ସଟପୁଟ୍‌ F-35), ତେକ ଚାନ୍ଦ(ଜାଭେଲିନ F-54) ।

ମହିଳା: ଇକତା ଭିୟନ ଓ କାଶିସ ଲାକ୍ରା(କ୍ଳବ ଥ୍ରୋ F-51), ଭାଗ୍ୟଶ୍ରୀ ଯାଦବ(ସଟ୍‌ପୁଟ୍‌ F-34), ସିମ୍ରନ (100 ମିଟର T-13)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.