ଓଡିଶା ଫେରିଲେ ରୌପ୍ୟ ବିଜେତା ରଗବି ଟିମ ଇଣ୍ଡିଆ

author img

By

Published : Sep 21, 2021, 4:55 PM IST

Updated : Sep 21, 2021, 5:12 PM IST

Silver meadal winner U-18 girls rugby team india returns odisha today

ଓଡିଶା ଫେରିଲେ ରୌପ୍ୟ ବିଜେତା 18 ବର୍ଷରୁ କମ ଭାରତୀୟ ବାଳିକା ରଗବି ଟିମର ସଦସ୍ୟ । ଟିମରେ ରହିଛନ୍ତି 3 ଓଡିଆ ଖେଳାଳି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡିଶା ଫେରିଲେ ରୌପ୍ୟ ବିଜେତା 18 ବର୍ଷରୁ କମ ଭାରତୀୟ ରଗବି ଟିମର ସଦସ୍ୟ । ଟିମରେ ରହିଛନ୍ତି 3 ଓଡିଆ ଝିଅ । ଉଜବେକିସ୍ତାନରେ ଖେଳାଯାଇଥିବା ଅଠର ବର୍ଷରୁ କମ ବାଳିକା ରଗବି ଚମ୍ପିଆନସିପ୍‌ରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ମାତ୍ର ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ବିଜୟୀ ହେବା ସହ ରନର୍ସଅପ ହୋଇଥିଲେ ।

ଓଡିଶା ଫେରିଲେ ରୌପ୍ୟ ବିଜେତା ରଗବି ଟିମ ଇଣ୍ଡିଆ

ମଙ୍ଗଳବାର ଟିମର ସମସ୍ତ ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଟିମରେ ୩ଜଣ ଓଡିଆ ଖେଳାଳି ମଧ୍ୟ ରହିଛନ୍ତି । ସେମାନେ ହେଲେ ତରୁଲତା ନାୟକ, ମାମା ନାୟକ ଏବଂ ନିର୍ମାଲ୍ୟ ରାଉତ । ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 18 ଏବଂ 19 ଦୁଇ ଦିନ ଧରି ଚାଲିଥିଲା ।

ବିଜୟୀ ଖେଳାଳିମାନଙ୍କୁ ସ୍ଵାଗତ କରିବା ପାଇଁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ । ସମସ୍ତ ଖେଳାଳି KIIT ବିଶ୍ବବିଦ୍ୟାଳୟ ଅଭିମୁଖେ ଯାଇଛନ୍ତି । ଆସନ୍ତାକାଲି ସେମାନଙ୍କୁ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ରଗବି ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ରହିଛନ୍ତି ଓଡିଶା ସରକାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Sep 21, 2021, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.