ETV Bharat / sports

Tokyo Paralympics; ସୁନା ପରେ କାଂସ୍ୟ ହାତେଇଲେ ସୁଟର ଅବନୀ

author img

By

Published : Sep 3, 2021, 11:49 AM IST

Updated : Sep 3, 2021, 12:21 PM IST

ସୁନା ପରେ କାଂସ୍ୟ ହାତେଇଲେ ଶୁଟର ଅବନୀ
ସୁନା ପରେ କାଂସ୍ୟ ହାତେଇଲେ ଶୁଟର ଅବନୀ

ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲେଖରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ...

ଟୋକିଓ: ପାରାଲିମ୍ପିକ୍ସରେ ଭାରତର ଜବରଦସ୍ତ ଜଲୱା ଜାରି ରହିଛି । ପୁଣି ଭାରତ ପାଇଁ ପଦକ ବର୍ଷା ହୋଇଛି । ସୁଟର ଅବନୀ ଆଉ ଏକ ପଦକ ନିଜ ନାମରେ କରିଛନ୍ତି । ମହିଳା 50ମିଟର ରାଇଫଲ ୩ ଏସଏଚ୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତ ସୁନା ଝିଅ ଅବନୀ ।

ପୂର୍ବରୁ ସ୍ବର୍ଣ୍ଣ ଜିତିଥିବା ଅବନୀ ଆଜି(ଶୁକ୍ରବାର) ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଅବନୀ ଲେଖରା ପାରାଲିମ୍ପିକ୍ସରେ ତାଙ୍କର ଦ୍ବିତୀୟ ପଦକ ହାସଲ କରି ଇତିହାସ ରଚିଛନ୍ତି । ପୂର୍ବରୁ ଗୋଲଡେନ ଗାର୍ଲ (GOLDEN GIRL) ନାଁରେ ପୁରା ବିଶ୍ବରେ ପରିଚିତ ହୋଇଥିବା ଅବନୀଙ୍କର ଏହା ଆଉ ଏକ ସଫଳତା ।

ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି। ମ୍ୟାଚରେ ଅବନୀ ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ ଏହା ପରେ ସେ ଚମତ୍କାର ପ୍ରଦର୍ଶନ କରି ୧୦.୫ ଶଟ୍ ଲଗାଇଥିଲେ, ଯାହାଦ୍ୱାରା ତାଙ୍କର ସ୍କୋର ୪୪୫.୯ ହୋଇଥିଲା।

ଟୋକିଓ ପାରାଲିମ୍ପିକ୍ସ ମହିଳା ୧୦ମିଟର ଏୟାର ରାଇଫଲ SH-୧ କ୍ୟାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ଆଥଲେଟ ଭାରତକୁ ଗୌରାବନ୍ବିତ କରିଥିଲେ । ଏହି ଗୌରବ ଆଜି ଆଉ ଟିକେ ବଢିଛି । ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଡବଲ ପଦକ ହାତେଇବାର ସଫଳ ହୋଇଥିବା ଅବନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • More glory at the Tokyo #Paralympics. Elated by the stupendous performance of @AvaniLekhara. Congratulations to her on bringing home the Bronze medal. Wishing her the very best for her future endeavours. #Praise4Para

    — Narendra Modi (@narendramodi) September 3, 2021 " class="align-text-top noRightClick twitterSection" data=" ">

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Sep 3, 2021, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.