ETV Bharat / sports

Asian Games 2023: ସିଲେକ୍ସନ ଟ୍ରାଏଲରେ ବିପର୍ଯ୍ୟୟ, ବାଦ ପଡ଼ିଲେ ରବି ଦହିୟା

author img

By

Published : Jul 23, 2023, 7:50 PM IST

Ravi Dahiya knocked out of Asian Games
ଏସିଆନ ଗେମ୍ସରୁ ବାଦ ପଡ଼ିଲେ ରବି ଦହିୟା

ଏସିଆନ ଗେମ୍ସ ୨୦୨୩ ପାଇଁ ସିଲେକ୍ସନ ଟ୍ରାଏଲରେ ବିପର୍ଯ୍ୟୟ । ୫୭ କେଜି ବର୍ଗର ଟ୍ରାଏଲ୍‌ରେ ଆତୀଶ ତୋଡକରଙ୍କଠାରୁ ପରାସ୍ତ ହୋଇ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ରବି ଦହିୟା । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଏଥର ଏସିଆନ୍ ଗେମ୍ସରେ ଭାଗ ନେଇ ପାରିବେନି ଅଲିମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ଏସିଆନ୍‌ ଗେମ୍ସ ଟ୍ରାଏଲରେ ଏଭଳି ବଡ଼ ଧରଣର ବିପର୍ଯ୍ୟୟ ଘଟିଛି । ୫୭ କେଜି ବର୍ଗର ଟ୍ରାଏଲ୍‌ରେ ଆତୀଶ ତୋଡକରଙ୍କଠାରୁ ପରାସ୍ତ ହୋଇ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ରବି ଦହିୟା ।

ରବି ଦହିୟା ୨୦୧୫ ଜୁନିୟର ରେସଲିଂ ଚମ୍ପିଆନ୍‌ସିପ୍‌ରେ ରୌପ୍ୟ ପଦକ ଜିତିଥିଲେ । ଏହାପରେ ଆହତ କାରଣରୁ ସେ କିଛି ମାସ ଖେଳଠାରୁ ଦୂରରେ ରହିଥିଲେ । ତେବେ ପୁଣିଥରେ ସେ ୨୦୧୮ରେ ୨୩ ବର୍ଷରୁ କମ୍‌ ରେସଲିଂ ଚମ୍ପିଆନ୍ସରେ ସେ ରୌପ୍ୟ ପଦକ ଜିତିଥିଲେ । କେବଳ ସେତିକି ନୁହେଁ, ୨୦୧୯ ପ୍ରୋ-ରେସଲିଂ ଲିଗ୍‌ରେ ମଧ୍ୟ ରବି ଅପରାଜିତ ରହିବା ସହିତ ନିଜ ଟିମକୁ ଟାଇଟଲ ଜିତାଇଥିଲେ । ରବି ଦହିୟା ଗତ ଟୋକିଓ ଅଲିମ୍ପିକରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏହାଛଡ଼ା ୨୦୧୯ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ମଧ୍ୟ ସେ ନିଜ ନାମରେ ବ୍ରୋଞ୍ଜ ମେଡଲ ଆଣିଥିଲେ । କମନ ୱେଲ୍‌ଥ୍‌ ଗେମ୍ସ (CWG) ୨୦୨୨ରେ ୫୭ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ରବି । ସେ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ନାଇଜେରିଆର ଆବିକେଭନିମୋ ୱିଲସନଙ୍କୁ ୧୦-୦ ବ୍ୟବଧାନରେ ପରାସ୍ତ କରି ଏହି ଗୌରବମୟ ଇତିହାସ ରଚିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ଜର୍ମାନୀ ଓ ସ୍ପେନ ଗସ୍ତ କରିବ ଭାରତୀୟ ମହିଳା ହକି ଦଳ

ତେବେ ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଖେଳା ଯାଇଥିବା ଏହି ଏସିଆନ୍‌ ଗେମ୍ସ ଟ୍ରାଏଲ ମ୍ୟାଚରେ ମହାରାଷ୍ଟ୍ରର ଖେଳାଳୀ ଆତିଶ ତୋଡକର ତାଙ୍କୁ ୨୦-୮ରେ ପରାସ୍ତ କରିଛନ୍ତି । ଏଭଳି ବଡ଼ ପରାଜୟ ସହ ଆଗାମୀ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ଏହି ଅଲିମ୍ପିକ ରୌପ୍ୟ ପଦକ ବିଜେତା । ରବି ଦହିୟାଙ୍କୁ ଏଥର ରେସଲିଂ ମୈଦାନରେ ଦେଖିବାକୁ ପାଇବେନି ପ୍ରଶଂସକ । ସେ ଏଭଳି ଭାବେ ପରାଜିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ପୂର୍ବରୁ ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିପକ୍ଷରେ କରାଯାଇଥିବା ଆନ୍ଦୋଳନରେ ସେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ । ତେବେ ଭାରତର ଏହି ସିଲ୍‌ଭର ମ୍ୟାନ୍‌ ଆଗାମୀ ଏସିଆନ୍ ଗେମ୍ସରୁ ବାଦ ପଡ଼ିବା କ୍ରୀଡ଼ା ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...Tokyo Olympics: ରୌପ୍ୟ ଜିତିଲେ ରବି, ଦେଖନ୍ତୁ ପରିବାରର ପ୍ରତିକ୍ରିୟା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.