ETV Bharat / sports

Tokyo Olympics: ରୌପ୍ୟ ଜିତିଲେ ରବି, ଦେଖନ୍ତୁ ପରିବାରର ପ୍ରତିକ୍ରିୟା

author img

By

Published : Aug 5, 2021, 8:27 PM IST

wrestler ravi dahiya's family,  silver medal in tokyo olympics , Ravi Dahiya won silver Medal, ରୌପ୍ୟ ଜିତିଲେ ରବି, ରବି ଦହିୟାଙ୍କ ପରିବାରର ପ୍ରତିକ୍ରିୟା
Tokyo Olympics: ରୌପ୍ୟ ଜିତିଲେ ରବି, ଦେଖନ୍ତୁ ପରିବାରର ପ୍ରତିକ୍ରିୟା

ଇଟିଭି ଭାରତ ସହ କଥା ହେବାବେଳେ ରବି ଦହିୟାଙ୍କ ମା’ଙ୍କ ଆଖି ଲୁହ ଛଳ ଛଳ ହୋଇ ଯାଇଥିଲା ଓ ସେ କହିଥିଲେ ଯେ, ପୁଅ ଆର ଥରକୁ ନିଶ୍ଚୟ ସ୍ବର୍ଣ୍ଣ ପଦକ ଆଣିବ । ଅଧିକ ପଢ଼ନ୍ତୁ..

ସୋନିପତ: ଟୋକିଓ ଅଲମ୍ପିକ (Tokyo Olympics) ରେ କୁସ୍ତିଯୋଦ୍ଧା ରବି ଦହିୟା ଫାଇନାଲ ହାରିଛନ୍ତି ସତ କିନ୍ତୁ ଦେଶ ପାଇଁ ପଦକ ଆଣିବା ପାଇଁ ତାଙ୍କୁ କେହି ଅଟକାଇ ପାରିନାହାଁନ୍ତି । ଫାଇନାଲ ବାଉଟରେ ସେ ଦୁଇ ଥରର ବିଶ୍ବ ଚାମ୍ପିୟନ ଋଷର ଜାଭୁର ଉଗୁଏଭଙ୍କ ସହ ହୋଇଥିଲା । ରବି ସେମିଫାଇନାଲରେ କାଜକିସ୍ତାନର ନୁରୀସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ନିଜ ପାଇଁ ପଦକ ପକ୍କା କରି ନେଇଥିଲେ । ତେବେ ରବିଙ୍କ ରୌପ୍ୟ ପଦକ ବିଜୟ ପରେ କ’ଣ କହୁଛନ୍ତି ତାଙ୍କ ପରିବାର ଆସନ୍ତୁ ଜାଣିବା ।

Tokyo Olympics: ରୌପ୍ୟ ଜିତିଲେ ରବି, ଦେଖନ୍ତୁ ପରିବାରର ପ୍ରତିକ୍ରିୟା

ଇଟିଭି ଭାରତ ସହ କଥା ହେବା ବେଳେ ରବିଙ୍କ ମା’ଙ୍କ ଆଖି ଲୁହ ଛଳ ଛଳ ହୋଇ ଯାଇଥିଲା ଓ ସେ କହିଥିଲେ ଯେ, ପୁଅ ଆର ଥରକୁ ନିଶ୍ଚୟ ସ୍ବର୍ଣ୍ଣ ପଦକ ଆଣିବ । ରବି ଘରକୁ ଆସିଲେ ତାଙ୍କୁ ଚୁରମା ଖୁଆଇ ସ୍ବାଗତ କରିବେ ବୋଲି ତାଙ୍କ ମା କହିଛନ୍ତି ।

କହି ରଖୁଛୁ ଯେ, ହରିୟାଣାର ନାହରୀ ଗାଁରେ ଜନ୍ମ ହୋଇଥିବା ରବିଙ୍କର ଛୋଟ ବେଳୁ କୁସ୍ତି ପ୍ରତି ଅହେତୁକ ଦୁର୍ବଳତା ଥିଲା । ୮ ବର୍ଷ ବୟସରୁ ହିଁ ସେ ଆଖଡ଼ାଶାଳରେ ପ୍ରତିଦ୍ବନ୍ଦ୍ବିଙ୍କୁ ହରାଇ ଦେଉଥିଲେ । ପରିବାର ଲୋକେ ମଧ୍ୟ ରବିଙ୍କୁ ଖୁବ୍‌ ସହଯୋଗ କରିଥିଲେ । ପରିବାରର ସହଯୋଗ ଓ ରବିଙ୍କ ପରିଶ୍ରମ ଯୋଗୁଁ ହିଁ ଆଜି ସେ ଟୋକିଓ ଅଲମ୍ପିକରେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ।

୨୦୧୫ ମସିହାରେ କନିଷ୍ଠ ଏସିଆ କୁସ୍ତି ଚାମ୍ପିୟନସିପରେ ଆହତ ହୋଇ ସେ ୩ ବର୍ଷ ପାଇଁ ଆଖଡ଼ାଶାଳରୁ ଦୂରେଇ ଯାଇଥିଲେ । ୨୦୧୮ ମସିହାରେ ସେ ପୁଣି ଫେରିଥିଲେ ଓ ଦେଶ ପାଇଁ ଜାତୀୟ ଚାମ୍ପିୟନସିପରେ ଅନେକ ପଦକ ଜିତିଥିଲେ । ରବି ୨୦୧୫ କନିଷ୍ଠ ଏସିଆ କୁସ୍ତି ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ, ୨୦୧୫ କନିଷ୍ଠ ବିଶ୍ବ ଚାମ୍ପିୟନସିପରେ ରୌପ୍ୟ ପଦକ, ୨୦୧୮ ୨୩ ବର୍ଷରୁ କମ ବିଶ୍ବ ଚାମ୍ପିୟନସିପ୍‌ରେ ରୌପ୍ୟ, ୨୦୧୯ ବିଶ୍ବ ଚାମ୍ପିୟନସିପରେ କାଂସ୍ୟ, ୨୦୨୦ ଓ ୨୧ ଏସିଆନ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.